ରେଳବାଇ ଓଭର ବ୍ରିଜ ଶିଘ୍ର ଶେଷ ପାଇଁ ଆଲୋଚନା
ବରଗଡ଼(ଉଲାପ୍ର)
ବରପାଲି ଠାରେ ନିର୍ମାଣଧିନ ଥିବା ରେଳବାଇ ଓଭର ବ୍ରିଜ ଓ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଉପୁଜିଥିବା ସମସ୍ୟା ର ସମାଧାନ ପାଇଁ ବିଜେପୁର ବିଧାୟିକା ରୀତା ସାହୁ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଗନ୍ନାଥ ନଗରର ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ସ୍ଥାନୀୟ ତହସିଲଦାର ତିନି ଦିନ ମଧ୍ୟରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଶିଘ୍ର ଶେଷ କରିବାକୁ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ବରପାଲି ତହସିଲଦାର,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ବିଜେଡି ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ମହେନ୍ଦ୍ର କୁମାର ମେହେର, ନରେନ୍ଦ୍ର ହୋତା,ଲାଲ ବିକ୍ରମ ସିଂହ ଦେଓ,ଟିକାୟତ ମହତ୍ତମ, ରୋହିତ ମହାରଣା ଓ ଜଗନ୍ନାଥ ନଗରର ବାସିନ୍ଦା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































