ବିଜୁ ଜନତା ଦଳ ମହିଳା ଶାଖା ର ନଗର ସଭାନେତ୍ରୀ ହେଲେ କଳ୍ପନା ମାଝୀ
ବରଗଡ଼ସତ୍ୟ ନାରାୟଣ ପ୍ରଧାନ) ବରଗଡ଼ ନଗର ବିଜୁ ଜନତା ଦଳର ମହିଳା ଶାଖା ସଭାନେତ୍ରୀ ଭାବେ ଶ୍ରୀମତୀ କଳ୍ପନା ମାଝୀ ଙ୍କୁ ରାଜ୍ୟ ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ମନୋନୀତ କରିଛନ୍ତି। ଫଳରେ ବରଗଡ଼ ପୈ।ରାଞ୍ଚଳରେ ମହିଳା କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ନିଯୁକ୍ତି ପିଇବା ପରେ ଶ୍ରୀମତୀ ମାଝୀ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀମତୀ ମାଝୀ ପୂର୍ବରୁ ବରଗଡ଼ ମ୍ୟୁନିସିପାଲଟି ର ଉପ ନଗର ପାଳ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































