କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀ ଙ୍କ ଆତ୍ମସମର୍ପଣ
ଫୁଲବାଣୀ-8/8(ସୁନୀଲ ପଟନାୟକ)
କନ୍ଧମାଳ ପୋଲିସକୁ ମିଳିଛି ସଫଳତା ।
ଶନିବାର କନ୍ଧମାଳ ଏସପିଙ୍କ ନିକଟରେ କାନ୍ତି ମଲିକ ନାମକ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।କାନ୍ତି କେ କେ ବିଏନ ମାଓ ଡ଼ିଭିଜନର ପାର୍ଟି ମେମ୍ବର ଥିଲେ।
ବାଲିଗୁଡ଼ା ଥାନ।ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗାଙ୍ଗା ରଙ୍ଗା ଗ୍ରାମରେ କାନ୍ତିଙ୍କ ଘର, ବୋଲି ଜଣାପଡିଛି। କାନ୍ତି ବିଭିନ୍ନ ସମୟରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟରେ ସାମିଲ ଥିଲେ ।
ତେବେ ରାଜ୍ୟ ସରକାରଙ୍କର ଉନ୍ନୟନ୍ନ ମୂଳକ କାର୍ଯ୍ୟ ରେ ପ୍ରଭାବିତ ହୋଇ କାନ୍ତି ହିଁ ସାଂ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ନେଇ କହିଛନ୍ତି ।
ଏହାସହ ଜଙ୍ଗଲରେ ବିଭିନ୍ନ ସମୟରେସିନିୟର ମାଓନେତାଙ୍କ ବ୍ୟବହାରକୁ ନାପସନ୍ଦ କରିବା ସହ ଅତିଷ୍ଟ ହୋଇପଡିଥିଲେ କାନ୍ତି । ସେହିପରି ନିୟମିତଭାବେ ପୋଲିସର ଆଣ୍ଟି ନକ୍ସଲ ଅପରେସନ ଯୋରଦାର ହେଉଥିବା କାରଣରୁ କେତେ କାଂଶରେ ତାଙ୍କୁ ଆତ୍ମ ସମର୍ପଣ କରିବାକୁ ବାଧ୍ୟ କରିଥିବା ନେଇ କନ୍ଧମାଳପୋଲିସ ଏ ସ .ପି ଭିନିତ ଅଗ୍ରୱାଲ କହିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































