ଗଡଜାତ ପରିକ୍ରମା ତରଫରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳିତ,ଗଡଜାତ ଯୋଦ୍ଧା ସମ୍ମାନ ରେ ସମ୍ମାନିତ ହେଲେ ୬ଜଣ ଯୋଦ୍ଧା
ଆଠଗଡ(ଉଲାପ୍ର)ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଆଠଗଡ ର ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ଶୁଭ ଦୀପା କଲ୍ୟାଣ ମଣ୍ଡପ ଠାରେ କ୍ରାନ୍ତିଦିବସ ପାଳିତ ହୋଇଯାଇଛି,ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ବିଜୟ ମିଶ୍ର ମୁଖ୍ୟଅତିଥି ଭାବେ
ଯୋଗଦେଇ କରୋନା ମହାମାରୀ ସମୟରେ ଗତ ଦେଢବର୍ଷ ଧରି ସେବା କରି ଆସିଥିବା ୬ ଜଣ କରୋନା ଯୋଦ୍ଧା ଙ୍କୁ ଗଡଜାତ ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା,ସାମ୍ବାଦିକ ତଥା ସ୍ବେଛାସେବୀ ସନାତନ ରାୟ, ଡାକ୍ତର ଉଦୟ ରଞ୍ଜନ ଦାଶ,ସ୍ୱେଚ୍ଛାସେବୀ ମାନସ ବସ୍ତିଆ,ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମଦ ଅସଲାମ,ଅଙ୍ଗନବାଡି କର୍ମୀ ଶୁଭଶ୍ରୀ ସାହୁ,ଆଶା କର୍ମୀ ବନିତା ରାଉତ ଙ୍କୁ
ଗଡଜାତ ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଛି,ଆଠଗଡ ରେ ଗଡଜାତ ପରିକ୍ରମା ତରଫରୁ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଗଡଜାତ ପରିକ୍ରମାର ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ, ସୁବାସ ରାଉତ,ପ୍ରଭାକର ପଟ୍ଟନାୟକ, ସଦାନନ୍ଦ
ପଟନାୟକ, ଅଶୋକ କୁମାର ଦାଶ,ତ୍ରିଲୋଚନ ବେହେରା,ସନ୍ତୋଷ କୁମାର ବାରିକ, ସର୍ବେଶ୍ୱର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ,ସମ୍ବର୍ଦ୍ଧନା ପାଇଥିବା ବ୍ୟକ୍ତିମାନେ ନିଜନିଜର ମତବ୍ୟକ୍ତ କରିଥିଲେ।ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଆଠଗଡ ବ୍ଲକ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଗଡଜାତ ପରିକ୍ରମା ତରଫରୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































