ଇନ୍ଦ୍ର ଭୂଷଣ କରଙ୍କ ସ୍ମୃତିରେ ସାହିତ୍ୟାୟନର ଶୋକସଭା
ଭୁବନେଶ୍ୱର, ୦୮/୦୮/୨୦୨୧ ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ଇନ୍ଦୁଭୂଷଣ କରଙ୍କ ବିୟୋଗରେ ସାହିତ୍ୟାୟନ ପକ୍ଷରୁ ଏକ ଶୋକସଭା ‘ଇନ୍ଦୁ ଭୂଷଣ ସ୍ମରଣେ’ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୟକୃଷ୍ଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଡ଼ଃ ବିଜୟଲକ୍ଷ୍ମୀ ମହାନ୍ତି, ଡକ୍ଟର ରମେଶ ଚନ୍ଦ୍ର ପାଣି, ଜୟଶ୍ରୀ ପଣ୍ଡା, ଆଭାସ କୁମାର ବରାଳ, ଜ୍ୟୋସ୍ନା ତ୍ରିପାଠୀ, ସୂର୍ଯ୍ୟମଣି ତ୍ରିପାଠୀ, ରାଜକୁମାର ସୂତାର, ଦେବାଶିଷ ମହାପାତ୍ର ପ୍ରମୁଖ ଇନ୍ଦୁ ଭୂଷଣଙ୍କ ବ୍ୟକ୍ତିତ୍ଵ ଏବଂ କୃତିତ୍ୱ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ସଞ୍ଜୟ ମହାନ୍ତିଙ୍କ ପିତା ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପରଲୋକଗତ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ନିମନ୍ତେ ମଧ୍ୟ ନୀରବ ପ୍ରାର୍ଥନା କରାଯାଇଥିଲା ବୋଲି ସୂଚନା ରହିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































