ବିଜୁକନ୍ଧମାଳଗଜପତି ଯୋଜନା ବାଟବଣା
ଫୁଲବାଣୀ-୧୦/୮(ସୁନୀଲପଟନାୟକ)
କେନ୍ଦ୍ର ଓ ରାଜ୍ୟସରକାର ଗ୍ରାମ । ଞ୍ଚଳର ବିକାଶପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି ହେଲେ ଏ ସବୁ ଯୋଜନା ଗ୍ରାମାଞ୍ଚଳ ଲୋକମାନଙ୍କ ନିକଟରେ ପହଞ୍ଚିପାରୁନି।କନ୍ଧମାଳ ଜିଲ୍ଲାର ଗ୍ରାମ । ଞ୍ଚଳର ଲୋକମାନଙ୍କ ପାଇଁ ଗମନାଗମନର ସୁବିଧା ପାଇଁ ଏହି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଉଛି ହେଲେ ସୁଫଳ ପାଉନାହାଁନ୍ତି ଗ୍ରାମାଞ୍ଚଳର ଲୋକମାନେ।
ଯାହାର କି ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକର ଆଦି ମାହା ପଞ୍ଚାୟତର ଗଡି ପଦର ଗ୍ରାମରେ। ଏହି ଗ୍ରାମର ନାଳ ଉପରେ ୨୦୧୬/୧୭ ବର୍ଷରେ ୫ଲକ୍ଷ ୯୦ ହଜାର ଟ ଙ୍କ। ବ୍ୟୟରେ ଗମନାଗମନର ସୁବିଧା ପାଇଁ ଗଡିପଦର ନାଳ ଉପରେ ବିଜୁକନ୍ଧମାଳଗଜପତି ଯୋଜନାରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ହେଲେ ଏଯାଏ ସରିବାର ନାଁ ଧ ରୁ ନି । ଅଧ।ପନ୍ତରିଆ ଅବସ୍ଥାରେ ପଡି ରହିଛି। ଅଭିଯୋଗ କଲେ ବୁଝିବାକୁ କିଏ ନାହିଁ। ଫଳରେ ବର୍ଷାଦିନରେ ଯିବାଆସିବା ମୁସ୍କିଲ ହୋଇ ପଡୁଛି ।
ପୋଲଟି ଏନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘବର୍ଷ ଧରି ଦାବୀ କରି ଆସୁଥିଲେ । ଫଳରେ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଅଧ। କାମ କରି ଠିକାଦାର ଜଣଙ୍କ ଛୁ ମାରିଛି ଯେ ଦେଖା ନାହିଁ। ଏପଟେ ସିମେଣ୍ଟ, ଛଡ. ମୁଲିଆ ମଜୁରୀ ବଢିଲାଣି। କାମ ହେବ କି ନାହିଁ ସନ୍ଦେହରେ ଗ୍ରାମବାସୀ।
ଏନେଇ ଯନ୍ତ୍ରୀଙ୍କୁପଚାରିଲେ ପୋଲ କାମ ପାଇଁ ଆଉ ଅଧିକା ଅର୍ଥର ଆବଶ୍ୟକତା ଥିବା କହୁଛନ୍ତି । ଅର୍ଥ ଅନୁବାନ ମିଳିଲେ ବଳକା
କ।ମ କରାଯିବା ତେବେ କେବେ ଅନୁବାନ ମିଳିବ ଆଉ କାମ ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି ।
ବ୍ଲକ୍ ର ସହ କ।ରି ଯନ୍ତ୍ରୀ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଏଥି ପ୍ରତି ଦୃଷ୍ଟି ଦେବା ଜରୁରୀ
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































