ଫୁଲବାଣୀ ସଦର ମହକୁମାରେ ୭୫ତମ ଜିଲ।ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ
ଫୁଲବାଣୀ-୧୫/୮(ସୁନୀଲପଟନାୟକ)
ରବିବାର ଫୁଲବାଣୀ ପୋଲିସ ରିଜର୍ଭ ପଡିଆରେ ଆୟୋଜିତ ୭୫ତମ ସ୍ଵାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅର୍ଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀଆରୁଖ ଦେଶ ସ୍ଵାଧୀନରେ ମହାତ୍ମାଗାନ୍ଧୀ, ଜବହାରଲାଲ ନେହରୁ. ଲାଲବାହାଦୁର ଶାସ୍ତ୍ରୀ, ଜୟପ୍ରକାଶ ନାରାୟଣଙ୍କ ପରିମହାନ ଜନନାୟକ ଙ୍କ ତ୍ୟାଗ ଓ ଆତ୍ମବଳୀକୁ ସ୍ମରଣ କରିବା ସହ କଷ୍ଟଲବ୍ଧ ସ୍ଵାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ଆଜିର ଶୁଭଦିନରେ ଶପଥ ନେବାଲାଗି ଆହ୍ୱାନ କରି ଥିଲେ।
ଏହି ଅବସରରେ କୋଭିଡ଼ଯୋଦ୍ଧାମାନଙ୍କୁ ସମ୍ମାନୀତ କରିଥିଲେ।
କୋଭିଡ଼ ୧୯ଗାଇଡ଼ଲାଇନକୁ ମାନି କମ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା।
ଜିଲପାଳ ଡା ବୃନ୍ଦା ଡି. ଏସପି ଭି ନିତ ଅଗ୍ରୱାଲଙ୍କ , ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରି ମାନେ ଉପସ୍ଥିତ ଥିଲେ ।
ସେହିପରି ଜିଲାର ବାଲିଗୁଡ଼ ।ଠାରେ ଉପଖଣ୍ଡସ୍ତରୀୟ ଓ ସମସ୍ତ ବ୍ଲକ ସଦରମହକୁମାରେ ଶାନ୍ତିଶୃଙ୍ଖଳାର ସହ ୭୫ତମ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































