ସ୍ବାଧୀନତା ଦିବସରେ ୧୭ ଜଣ କୋଭିଡ ଯୋଦ୍ଧା ଙ୍କୁ ସମ୍ମାନିତ
ବରଗଡ଼ ୧୬/୮(ସତ୍ୟ ନାରାୟଣ ପ୍ରଧାନ)
ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲା ର ୧୭ ଜଣ କୋଭିଡ ଯୋଦ୍ଧା ଙ୍କୁ ମୁଖ୍ୟ ଅତିଥି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମ୍ମାନିତ କରିଥିଲେ। ବରଗଡ଼ ସହରାଞ୍ଚଳ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ସଂଯୁକ୍ତା ସାହୁ, ଏବଂ ଗର୍ଭନାର ଶ୍ରୀମତୀ ଅରୁଣା ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଆଇସିୟୁ ରେ କାର୍ଯ୍ୟରତ ଷ୍ଟାଫ୍ ନର୍ସ ଶ୍ରୀମତୀ ସୁବାସିନୀ ଘଡେ଼ଇ,ପାଇକମାଲ ବୁକରାମୁଣ୍ଡା ସିଏଚସି ର ଡାକ୍ତର ସୁଦୀପ କୁମାର ସାହୁ, ପାଇକମାଲ ଟେମରୀ ଗ୍ରାମର ଆଶା କର୍ମୀ ଶ୍ରୀମତୀ ଗୀତା ଠାକୁର, ମୁଖ୍ୟ ଡାକ୍ତରଖାନାର କୋଭିଡ କ୍ଲିନିକ୍ ରେ କାର୍ଯ୍ୟରତ ଆଟେନଡେଣ୍ଟ ଜୀତେନ୍ଦ୍ର ଦୀପ,ଦମକଳ ବାହିନୀ ର ଫାୟାର ମେନ୩୨୪୭ ଛନ୍ଦା ଚରଣ ଗଣ୍ଡ, ବିନୋଦ କେରକେଟା ୩୫୨୯,ଜୟ ପାଳ ପଣ୍ଡା ୯୦୩ ସମ୍ମାନିତ ହୋଇଥିଲେ। ବରଗଡ଼ ମ୍ୟୁନିସିପାଲଟି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ଶ୍ରୀମତୀ ସଂଧ୍ୟା ରାଣୀ ଦୀପ, ବରଗଡ଼ ଟାଉନ ଥାନା ରେ କାର୍ଯ୍ୟରତ ଏସଆଇ ଝସ କେତନ ଭୋଇ, କନେଷ୍ଟବଳ ବିଶ୍ବନାଥ ମଲ୍ଲିକ ୨୨୬,ସୁଦାମ ଚନ୍ଦ୍ର ଗଡତିଆ ୪୨୬,ପୋଲିସ କ°ଟ୍ରୋଲ ରୁମରେ କାର୍ଯ୍ୟ ରତ ଗୈ।ର ଚନ୍ଦ୍ର ଦାସ, ଅର୍ଜୁନ ଖରା ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ମାନିତ କରିଥିଲେ। ସମାରୋହ କୁ ପରିଚାଳନା କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































