ଉପାନ୍ତ ଅଞ୍ଚଳରେ ଥିବା ପିଏଚସି ରେ ସ୍ବାଧୀନତା ଦିବସ ପାଳନ
ବରଗଡ଼ ୧୭/୮(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା କର୍ମଚାରୀ ଙ୍କ ଗହଣରେ ସେଠାକାର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସମସ୍ତ କରୋନା ଯୋଦ୍ଧା ଉପସ୍ଥିତ ରେ ଜାତୀୟ ସଙ୍ଗୀତ ଗାନ କରି ପତାକା କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅଞ୍ଚଳରେ କାର୍ଯ୍ୟ ରତ ଥିବା ସିଆରପିଏଫ ଯବାନ ମାନେ ମଧ୍ୟ ଉକ୍ତ ପତାକା ଉତ୍ତୋଳନ ରେ ସାମିଲ ହୋଇ ସଲାମି ଦେଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































