ଆଠଗଡ ରେ ପ୍ରତ୍ୟେକ ସ୍ଥାନରେ ରଣେନ୍ଦ୍ରଙ୍କୁ ଘେରିବେ ଚାଷୀ,ଋଣ ନନେଇ ମଧ୍ୟ ଚାଷୀ ରୁଣୀ,କୋଟିକୋଟି ଟଙ୍କାର ସମବାୟ ଦୁର୍ନୀତି ର ସର୍ଦାର କିଏ?
ଆଠଗଡ(ବୁରୋ news)ଆଠଗଡ ନିର୍ବାଚନ ମଣ୍ଡଳୀରେ ଗତ କିଛି ବର୍ଷ ହେଲା କୋଟି କୋଟି ଟଙ୍କାର ସମବାୟ ଋଣ ଚାଷୀଙ୍କ ନାମରେ ହୋଇଥିଲେ ମଧ୍ୟ ପ୍ରକୃତ ଚାଷୀ ବା ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି ।ଯାହା ଫଳରେ କେତକ ଚାଷୀ ମୃତ୍ୟବରଣ କରିଥିବା ବେଳେ ଅନ୍ଯ କେତେକ ଚାଷୀ ଭୂବନେଶ୍ୱର ଠାରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି।ଆଉ ଏବେ ଆଠଗଡ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀ ଆଠଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସମବାୟ ଦୁର୍ନୀତି ନେଇ ମନ୍ତ୍ରୀ ରଣେନ୍ଦ୍ରଙ୍କୁ ଘେରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ଆଠଗଡ ଶାଖାରେ ଥିବା ୨୬ ଗୋଟି ସମବାୟ ସମିତିରେ କୋଟି କୋଟି ଟଙ୍କା ହଡପ ହୋଇଥିବା ଗତ ଦୁଇବର୍ଷ ହେବ ଅଭିଯୋଗ ହୋଇ ଆସୁଛି।ଏହାକୁ ନେଇ ଗତ ଦେଢ ବର୍ଷ ହେବ ଚାଷୀମାନେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଧାନସଭାରେ ଆତ୍ମହୁତି ଦେବା ପର୍ଯ୍ୟନ୍ତ ଘଟଣା ଯାଇଥିଲେ ମଧ୍ୟ ସମବାୟ ବିଭାଗ କିମ୍ବା ରାଜ୍ୟ ସରକାର ଏହାପ୍ରତି କୈଣସି କର୍ଣପାତ କରୁନାହାନ୍ତି ଯାହା ଫଳରେ ଚାଷୀଙ୍କ ମେରୁଦଣ୍ଡ ଏବେ ଭାଙ୍ଗିପଡିଛି ।ସମବାୟ ଦୁର୍ନୀତି ରେ କ୍ଷତିଗ୍ରସ୍ତ ହୋଇଥିବା କେତେକ ଚାଷୀ ଋଣଗ୍ରସ୍ତ ହୋଇ ସୂଝି ନପାରିବାରୁ ଶେଷରେ ଆଖି ବୁଜିଲେଣି।ଏହି ପ୍ରରି ପ୍ରେକ୍ଷିରେ ଆଠଗଡ ଅଞ୍ଚଳର ଦୁଇଜଣ ଚାଷୀ ଯିଏକି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେଇଥିଲେ ଓ ସମବାୟ ମନ୍ତ୍ରୀ ଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ ସେମି ଦୁଇ ଚାଷୀ ବର୍ତ୍ତମାନ ଅନ୍ୟ ଚାଷୀଙ୍କୁ ଧରି ଆଠଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରଣେନ୍ଦ୍ରଙ୍କ ସଭାଗୁଡିକରେ ବିରୋଧ କରିବା ସହିତ ଚାଷୀ ତାଙ୍କୁ ଘେରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ ଶାଖା ଅଧିନରେ ଥିବା ୨୬ ଗୋଟି ପ୍ରାଥମିକ କୃଷି ସମବାୟ ସମିତିରେ ଶହଶହ କୋଟି ଟଙ୍କାର ଚାଷୀ ଋଣ ଦୃନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡ ଗଡେଇଲାଣି ।ଏହି ଚାଷୀ ଦୃନୀତି ଘଟଣାକୁ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ଗତ ଦୁଇବର୍ଷ ହେଲା କୃଷି ଋଣ ଦୃନୀତି କୁ ଲୋକ ଲୋଚନକୁ ଆଣିଥିବା ବେଳେ ଅନେକ ବାର ସାମ୍ବାଦିକ ସମ୍ମଳନୀ କରିଛନ୍ତି, ସମବାୟ ମନ୍ତ୍ରୀ ଙ୍କ କୁଷପୁତ୍ତଳିକା ଦାହ କରିଛନ୍ତି ,ସମବାୟ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି ହେଲେ ଏହାର କୈଣସି ସୁଫଳ ମିଳିନାହିଁ।ଗତବର୍ଷ ଯୁବ ସଂଗଠକ ଅଭୟ ବାରିକ କଟକ କେନ୍ଦ୍ର ସମବାୟ ବ୍ଯାଙ୍କ ସମ୍ମୁଖରେ ଧାରଣ ଦେଇଥିବା ବେଳେ କୃଷି ସମବାୟ ବ୍ଯାଙ୍କ ମ୍ୟାନେଜର ଚାଷୀମାନଙ୍କ ଋଣ ସମ୍ପର୍କରେ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଆଗରେ ଋଣ ତାଲିକା ପ୍ରଦର୍ଶନ କରିବା ପାଇଁ ଘୋଷଣା କରିଥିଲେ।ହେଲେ ଏକ ବର୍ଷ ବିତି ଯାଇଥିଲେ ମଧ୍ଯ ଏହି ଋଣ ତାଲିକା କୈଣସି ସମବାୟ ସମିତି ଆଗରେ ପ୍ରଦର୍ଶନ ନହେବାରୁ ଶେଷରେ ବୁଧବାର ଦିନ ଅପରାହ୍ନ ରେ ଅଭୟ ବାରିକ ଦଳୀୟ କାର୍ଯ୍ଯାଳୟ ଠାରେ ଏକ ସାମ୍ବାଦିକ ସମ୍ମଳନୀ କରି ଖୁବ ବର୍ଷିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ଉପରେ।ଜଦି ଆସନ୍ତା ୫ ଦିନ ମଧ୍ଯରେ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ତାଲିକା ସମବାୟ ସମିତି ଆଗରେ ପ୍ରଦର୍ଶନ କରନଯାଏ ତେବେ ୨୪ ତାରିଖରେ ଅଭୟ ବାରିକ ସମର୍ଥକ ଓ ଚାଷୀ ମାନଙ୍କୁ ନେଇ ଆଠଗଡ ଚାନ୍ଦବାଲି ଛକ ମୁଖ୍ଯରାସ୍ତା ଅବରୋଧ କରିବା ପାଇଁ ଘୋଷଣା କରିଛନ୍ତି ।ଅନ୍ୟପକ୍ଷରେ ଆଠଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଚାଷୀଙ୍କ ଋଣ ତାଲିକା ପ୍ରକାଶ କରିବା ପାଇଁ ସେହି ଶାଖା ପରିଚାଳକ ଘଟଣାକୁ ସମ୍ପୂର୍ଣ୍ଣ ଏଡାଇ ଯାଇ କେବଳ ଚାଷୀଙ୍କ ଠାରୁ ଏକଦାବୀ ପତ୍ର କଥା ପ୍ରକାଶ କରିଛନ୍ତି ଏବଂ ଚାଷୀଙ୍କ ଋଣ ତାଲିକା ପ୍ରକାଶ କରିବା ମୋର କାମନୁହେଁ ଏହା ସମବାୟ ବିଭାଗକୁ ଜଣାଇ ଦେବୁ ବୋଲି ପ୍ରକାଶ କରିଛନ୍ତି । ଆଠଗଡ ଅଞ୍ଚଳର ଚାଷୀମାନେ ସମବାୟ ଋଣ ଭିତରେ ବୁଡି ରହିଥିବା ବେଳେ ଏହି ଘଟଣା ଏବେ କୋଉ ମୋଡ ନେଉଛି ଆଉ ଚାଷୀ ନ୍ୟାୟ ପାଇ ପାରୁଛି ନା ନାହିଁ ତାହା ଦେଖିବାକୁ ରହିଲା ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































