ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ କନ୍ଧମାଳ ସାଂସଦ
ଫୁଲବାଣୀ-୨୦/୮(ସୁନୀଲପଟନାୟକ)
ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ।ଏହାକୁ ଦୃଷ୍ଟିରେ ରଖି ମାରାଥନ ଗ୍ରସ୍ତ ରେ ଆସି କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ବାଲିଗୁଡ଼ା ଯାଇ ଏନଏସି ପକ୍ଷରୁ ପ୍ରାୟ ୩କୋଟି ଟଙ୍କା ମୂଲ୍ୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ଯଥା ବାଲିଗୁଡ଼ା ମିନି ଷ୍ଟାଡିୟମ ପରିସରରେ ନିର୍ମିତ ଓ ପେନ ଜିମ, ବିଜୁ ପଟନାୟକ ମାର୍କେଟ କମ୍ପ୍ଲେକସ, ଥଣ୍ଡାପାନୀୟ ଜଳ , ଭେଣ୍ଡି ଙ୍ଗଜୋନ, ଡିଜିଟାଲ ସୂଚନା ଫଳକ , ବାଇପାସ ରୋଡ଼ରେ ଅଲୋକୀକରଣ ବ୍ୟବସ୍ଥାରଶୁଭ ଉଦଘାଟନ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ
ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ। ବିଧାୟକଚକ୍ରମଣିକହଁର,ପୂର୍ବତନ ବିଧାୟକ ରାଜୀବ ପାତ୍ର, ଉପଜିଲାପାଳ ତଥା ଏକ ଏସିକାର୍ଯ୍ୟନିର୍ବାହୀ ଅଧିକାରି ଡ଼ ଶୁଭଙ୍କର ମହାପାତ୍ର, ବରୀଷ୍ଠ ବିଜେଡି ନେତା ତଥାବାଲିଗୁଡ଼ା ବ୍ଳକ ବିଜେଡି ସଭାପତି ଟୁନା ଦାସ, ପୂର୍ବତନ ଏନ ଏସିଅ ଧ୍ଯକ୍ଷ ଲୋକନାଥ ପାଢିପ୍ରମୁଖ ଉପସ୍ଥିତ ଥିଲେ।
ସେହି ପରି ବାଲିଗୁଡ଼ା ବ୍ଲକ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାଂସଦ ଡ. ସାମନ୍ତ ଯୋଗ ଦେଇ ବିଜେଡି ସଂଗଠନକୁ ସୁଦୃଢ କରିବାଲାଗି ନିଷ୍ଠା ଓ ଆନ୍ତରୀକତାର ସହ କାମ କରିବାଲାଗି ପରାମର୍ଶ ଦେଇଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































