ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼. ଏସ.ମୁରଲିଧର ଙ୍କ ବରଗଡ଼ ଜିଲ୍ଳା ଗସ୍ତ
ବରଗଡ଼ ୨୧/୮
ଇ- କୋର୍ଟ ସାର୍ଭିସ ଦ୍ୱାରା ଜନସାଧାରଣ ଅଧିକ ଉପକୃତ ହୋଇପାରିବେ । ଏହାଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିବ । କୋଭିଡ଼ ମହାମାରୀ ସମୟରେ ଇ କୋର୍ଟ ସେବା ଅଧିକ ଉପାଦେୟ ହୋଇପାରିଛି ଏବଂ ଏହି ଦିଗପ୍ରତି ସମସ୍ତ ଆଇନଜୀବୀ ଦୃଷ୍ଟି ଦେଲେ ଆଇନ ସେବା ଓ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରାଯାଇ ପାରିବ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟର ର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏସ. ମୁରଲିଧରନ ମତ ଦେଇଥିଲେ । ବରଗଡ଼ ଜିଲ୍ଲା ଓକିଲ ସଂଘ ସମ୍ମିଳନୀ କକ୍ଷଠାର ଆଜି ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଥିଲେ । ଏଥିରେ ସଂଘ ର ସଭାପତି କୁଶ ପ୍ରଧାନ ସଭାପତିତ୍ବ କରିଥିଲେ।ଜିଲ୍ଳା ଓକିଲ ସଂଘର ସଂପାଦକ ହରିହର ପ୍ରଧାନ ଓକିଲଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏସ ମୁରଲିଧରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ଅଦାଲତର ମାନ୍ୟବର ବିଚାପତିଗଣ, ଆଇନଜୀବୀମାନେ ଉପସ୍ଥିତ ଥିଲେ । ବରିଷ୍ଠ ଆଇନଜୀବୀମାନେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































