ଢେଙ୍କାନାଳ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବୈଠକ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ସଦର ମହକୁମା ସ୍ଥ ବଜରଙ୍ଗ କ୍ଲବ୍ ପରିସରରେ ଆଜି ଅଗଷ୍ଟ ମାସ ଏକୋଇଶି ତାରିଖ ଅପରାହ୍ନ ଦୁଇଟା ସମୟରେ ଅଭିଭକ୍ତ ଢେଙ୍କାନାଳ ଜିଲ୍ଲା ରାଜ୍ୟ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ର ବୈଠକ ଜିଲ୍ଲା ସଂଘ ସଭାପତି କ୍ରୁଷିଦା ବେଗମ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ରାଜ୍ୟ ସଂଗଠନ ଓଡ଼ିଶା ର ସଂଗଠନ ସଂପାଦକ ହରିହର ସାହୁ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସଂଗଠନ ତରଫରୁ ରାଜ୍ୟ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୁଇଟି ଇନ୍ କ୍ରିମେଣ୍ଟ ଦେବା ପାଇଁ ଓ ସରକାରୀ ସେବାକାଳ ଦୁଇବର୍ଷ ବଢାଯିବା ପାଇଁ ସରକାର ଙ୍କ ସଦୟଦ୍ରୁଷ୍ଟିଆକର୍ଷଣ କରାଯାଇଥିଲା। ଏହାସହିତ ମାଗଣା ରେଳ ଯାତ୍ରା, ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ, ସହିତ ସମସ୍ତ ସରକାରୀ ସହାୟତା ପାଇଁ ଅନୁରୋଧ କରାଯାଇଥିଲା। ଏହି ଆଲୋଚନା ରେ ଉପେନ୍ଦ୍ର ନାରାୟଣ ଶତପଥୀ, ଗଗନ ବିହାରୀ ନାୟକ, ଲମ୍ବୋଦର ସାହୁ, ବିପିନ୍ ବିହାରୀ ଶତପଥୀ, ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା, ଜ୍ୟୋସ୍ନା ରାଣୀ ମହାପାତ୍ର, ନିହାର ବାନା ରାଉତ, ଜ୍ୟୋତି ର୍ମୟୀ ନାଥ, ସୈଦାମିନୀ ଦେହୁରୀ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ସଂଗଠନ ପର୍ଯ୍ୟବେକ୍ଷକ ଶ୍ରୀ ସାହୁ ସମସ୍ତ ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































