ଜିଲ୍ଲା କ୍ରୀଡା ସଂସଦ ର ଆଜୀବନ ସଦସ୍ୟ ତଥା ବ୍ୟବସାୟୀ ରାଜ କୁମାର ଅଗ୍ରୱାଲ ଙ୍କ ପରଲୋକ
ବରଗଡ : ବରଗଡ ସହର ର ଲମ୍ବା ବିଲ୍ଡିଂ ରୋଡ ରେ ରହୁଥିବା ବ୍ୟବସାୟୀ ତଥା ଜିଲ୍ଲା କ୍ରୀଡା ସଂସଦ ର ଆଜୀବନ ସଦସ୍ୟ ରାଜ କୁମାର ଅଗ୍ରୱାଲ ଙ୍କ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣା ରେ ପରଲୋକ ହୋଇ ଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହେଉଥିଲା। ସେ ଆର୍.କେ. ଟ୍ରେଡର୍ସ ନାମରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରି ବେଶ୍ ସଫଳତା ହାସଲ କରିଥିବା ବେଳେ ଗତକାଲି ନିଜର ଦୈନନ୍ଦିନ କାର୍ଯ୍ୟ ସାରି ଘରକୁ ଫେରୁ ଥିବା ବେଳେ ବରଗଡ ଓଭର୍ ବ୍ରିଜ ପାଖରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥଲା । ସେ ତାଙ୍କ ପଛରେ ଦୁଇ ଭାଇ ସନ୍ତୋଷ ଓ ପୱନ୍ ଏବଂ ସ୍ତ୍ରୀ ଜ୍ୟୋତ୍ସ୍ନା, ୪ ଝିଅ ନେହା, ରେଣୁ,ନିକିତା,ରେଖା ଓ ଏକମାତ୍ର ପୁଅ ପ୍ରହଲ୍ଲାଦ ଙ୍କୁ ଛାଡି ଯାଇଛନ୍ତି। ପୁଅ ପ୍ରହଲ୍ଲାଦ ସ୍ଥାନୀୟ ଜୀରା ନଦୀ କୂଳ ରାଜଘାଟ ରେ ମୁଖାଗ୍ନୀ ଦେଇଥିଲେ।ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ,କଂଗ୍ରେସ ନେତା ନିପନ ଦାଶ, ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର,ପୁର୍ବତନ ନଗରପାଳ ଯୁଗଳ ପ୍ରସାଦ ସିଂ ଓ ପ୍ରଶାନ୍ତ ବେହେରା , ଚାମ୍ୱର ଅଫ କମର୍ସ ର ସଭାପତି ତଥା ପୁତୁରା ଦିଲ୍ଲୀପ ସାୱଡ଼ିଆ, ଗ୍ରେନ ମାର୍ଚେଣ୍ଟ ସଂଘ୍ ର ସଭାପତି କିଶୋର ଅଗ୍ରୱାଲ, ପ୍ରେମ ସାୱଡ଼ିଆ(ବଡ ଭାଇ) ଙ୍କ ସମେତ ମାରୱାଡି ସମ୍ମେଳନ, ମାରୱାଡି ଯୁବା ମଞ୍ଚ ସମେତ ବହୁ ସାମାଜିକ ଅନୁଷ୍ଠାନ ର ସଦସ୍ୟ ତଥା ସହର ର ବହୁ ବୁଦ୍ଧିଜୀବୀ ସ୍ବର୍ଗତ ଅଗ୍ରୱାଲ ଙ୍କ ପାର୍ଥିବ ଶରୀର ର ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
        
            
 Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































