ଆଠଗଡ ସୋସାଇଟି ଦୁର୍ନୀତିକୁ ନେଇ ଗର୍ଜିଲେ ରାମ,କହିଲେ ସମବାୟ ମନ୍ତ୍ରୀ ଇସ୍ତଫା ଦେଉନାହାଁନ୍ତି କାହିଁକି
ଆଠଗଡ( ଉଲାପ୍ର)ଆଠଗଡ ଗୁରୁଡ଼ିଝାଟିଆ ସୋସାଇଟି ରେ ଚାଷୀଙ୍କର କୋଟିକୋଟି ଟଙ୍କା ଖାଇଯାଇଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡ଼ଗଡେଇ ଲାଣି,ଆଉ ଏହି ଘଟଣାକୁ ନେଇ ଆଠଗଡ ରେ ରାଜନୀତି ସରଗରମ ହେବାରେ ଲାଗିଛି, କେବଳ ଗୁରୁଡ଼ିଝାଟିଆ ସୋସାଇଟି ରେ ୧୨୬ ଜଣ ଚାଷୀଙ୍କର ଏକ କୋଟି ଦଶଲକ୍ଷ ଟଙ୍କାକୁ ସିସିବି ବ୍ୟାଙ୍କର କର୍ମଚାରୀ ମାନେ ଆରମ୍ଭ କରି ତଳ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ଚଳୁ କରିଦେଇଛନ୍ତି,ଯାହାର ସାକ୍ଷ ପ୍ରମାଣ କଟକ ଡେପୁଟି ରେଜିଷ୍ଟ୍ରାର ତଦନ୍ତ କରି ଦେଇସାରିଛନ୍ତି, ଏ ସମ୍ପର୍କରେ ଗୁରୁଡ଼ିଝାଟିଆ ଥାନାରେ ମାମଲା ରୁଜୁହେବା ପରେ ପୋଲିସ ସାତଜଣ ଙ୍କୁ ବାନ୍ଧି ସାରିଛି ଆଉ ଅଭିଯୁକ୍ତମାନେ ଏବେ ଆଠଗଡ ଜେଲରେ ଅଛନ୍ତି,ହେଲେ ଏଭଳି ଏକ ସଙ୍ଗୀନ ଅଭିଯୋଗ କୁ କଟକ ଜିଲା ବିଜେପି ସମ୍ପାଦକ ରାମ ନାରାୟଣ ମହାନ୍ତି ଗୁରୁତର ସହିତ ନେଇ ଆଠଗଡ ରେ ଏକ ସାମ୍ବାଦିକ ସମିଳନୀ କରି ଆଠଗଡ ବିଧାୟକ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ କରିବା ସହିତ ରଣେନ୍ଦ୍ର ଙ୍କ ବିରୁଦ୍ଧରେ ତୀବ୍ର ବର୍ଷିଛନ୍ତି ରାମ,ଚାଷୀଙ୍କ ଟଙ୍କାକୁ ଖାଇଲ,ଚାଷୀଙ୍କୁ ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସରେ ପଶି ପୋଲିସ ଓ ପ୍ରଶାସନ ଆଗରେ ମାଡ଼ ମାରିଲ ଏହା କଣ ଆଇନ ବିରୁଦ୍ଧ କାର୍ଯ୍ୟ ନୁହେଁକି ବୋଲି ପ୍ରଶ୍ନ କରିଛନ୍ତି ରାମ ନାରାୟଣ,ପୋଲିସ ଓ ଆଠଗଡ ଉପଜିଲ୍ଲାପାଳ ବିଜେଡି କର୍ମୀଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କାହିଁକି ଥାନାରେ ମାମଲା ରୁଜୁ କରୁନାହାଁନ୍ତି, ଚାଷୀଙ୍କ ଟଙ୍କା ଲୁଟ ଘଟଣା ଓ ଚାଷୀଙ୍କୁ ମାଡ ମରାଯିବା ଘଟଣା ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବିନେଇ ଆଗାମୀ ଦିନରେ ବିଜେପି ରାଜ୍ୟ ସ୍ତରରେ ଏହି ଇସୁକୁ ଉଠାଇବ ବୋଲି ସାମ୍ବାଦିକ ସମିଳନୀ ରେ ଘୋଷଣା କରିଥିଲେ ରାମ ନାରାୟଣ ମହାନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବିକ୍ରମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































