ବଡମ୍ବାକୁ ଏନଏସି ଘୋଷଣା କରିବା ଓ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବି ଜୋର ଧରିଲା
ବଡମ୍ବା(ଉଲାପ୍ର)ବଡମ୍ବା ନାଗରିକ ମଞ୍ଚ ପକ୍ଷରୁ ଆଜି ବଡମ୍ବା ସ୍ଥିତ ସଂଗ୍ରାମୀ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ମଞ୍ଚ ର ସଭାପତି ଦାମୋଦର ରଣା ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନାଗରିକ ମଞ୍ଚର ସମ୍ପାଦକ ଅମୀୟ ପଟ୍ଟନାୟକ ବଡମ୍ବାର ବିଭିନ୍ନ ବିକାଶମୂଳକ କାର୍ଯ୍ୟନେଇ ଆଲେଚନା କରିବାପରେ ବଡମ୍ବା ତହସିଲରେ ସ୍ଥାୟୀ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବିକୁ ସରକାରଙ୍କ ପାଖରେ ରଖିବା ସହ ବଡମ୍ବାକୁ ଏନ ଏ ସି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।ଏହାସହ ଆହୁରି ମଧ୍ୟ କହିଥିଲେ କି ରାଜ୍ୟ ସରକାର କୋରାପୁଟ ଭଳି ପଛୁଆ ଜିଲ୍ଲାରେ ୧୦ଟି ଅଞ୍ଚଳକୁ ଏନଏସିରେ ଅନ୍ତର୍ଭୁକ୍ତ କରିଥିବାବେଳେ ଥିବାବେଳେ ପୁରୁଣା ରାଜଧାନୀ କଟକ ଜିଲ୍ଲାରେ ମାତ୍ର ୩ଟି ଅଞ୍ଚଳକୁ ଏନଏସି ରେ ଅନ୍ତର୍ଭୁକ୍ତ କରିଛନ୍ତି।ରାଜ୍ୟ ସରକାର ସହରାଚଂଳର ବିକାଶ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଥିବାବେଳେ ଆଗାମୀ ଦିନରେ ନୂଆ ୨୭ଟି ଅଞ୍ଚଳକୁ ଏନଏସି ଘୋଷଣା କରିବାକୁ ବିଭାଗୀୟ ମନ୍ରୀ ବିଧାନସଭାରେ ନିଜର ବିବୃତି ରଖିଥିଲେ।ଏହାକୁ ବଡମ୍ବା ନାଗରିକ ମଞ୍ଚ ପକ୍ଷରୁ ବଡମ୍ବାକୁ ଏନଏସିର ମାନ୍ୟତା ଦେବାକୁ ବାରମ୍ବାର ମୁଖ୍ୟମନ୍ରୀଙ୍କୁ ଦାବିପତ୍ର ଦିଆହୋଇଥିଲେ ମଧ୍ୟ ଏହାକୁ ଏଡାଇଦେଇ ରାଜ୍ୟ ସରକାର ବର୍ତମାନ ପଂଚାୟତ ନିର୍ବାଚନ କରିବାକୁ ଅଣ୍ଟା ଭିଡିଲେଣି। ଏ ଦୃଷ୍ଟି ରୁ ପ୍ରଥମେ ମୁନିସିପାଲିଟି NAC ନିର୍ବାଚନ କରିବା ପାଇଁ ବଡମ୍ବା ନାଗରିକ ମଞ୍ଚ ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି I ଏ ମର୍ମ ରେ ନାଗରିକ ମଞ୍ଚ ର ଜରୁରୀ ବୈଠକ ରେ ମଞ୍ଚ ର ସଭାପତି ଦାମଦର ରଣା, ସାଧାରଣ ସମ୍ପାଦକ ଅମୀୟ ପଟ୍ଟନାୟକ, ଉପ ସଭାପତି ପରେଶ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଜଳଧର ରଣା, ଲିଙ୍ଘ ରାଜ ରଣା, ଚିନ୍ମୟ ପଟ୍ଟନାୟକ, ଖଗେଶ୍ୱର ମହାପାତ୍ର, ପ୍ରମୁଖ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି I ସେହିପରି ବଡମ୍ବା ର ଅତିରିକ୍ତ ତହସିଲଦାର ସୁରତ ଚନ୍ଦ୍ର ରାଉତ ଙ୍କ ବଦଳି ଫଳ ରେ ବଡମ୍ବା ବ୍ଲକ ର ସାଧାରଣ ଜନତା ହଇରାଣ ହେଉ ଛନ୍ତି I ଏକ ମାତ୍ର ଜଣେ ତହସିଲଦାର ଜମି ଜମା ଓ ଅନ୍ୟ ଜରୁରୀ କେଶ ଛାଡି ଦିନ ତମାସ ସାର୍ଟିଫିକେଟ ଦେବାରେ ବ୍ୟସ୍ତ ରହୁ ଥିବାରୁ ଜନ ସାଧାରଣ ତହସିଲ କାର୍ଯ୍ୟାଳୟ କୁ ଆସି ହଇରାଣ ହେଉ ଥିବାରୁ ରାଜ୍ୟ ସରକାର ଙ୍କ ତ୍ୱରିତ ନ୍ୟାୟ ଦେବା ନୀତି ରେ ତୁରନ୍ତ ଜଣେ ଅତିରିକ୍ତ ତହସିଲଦାର ର ନିଯୁକ୍ତି ପାଇଁ ନାଗରିକ ମଞ୍ଚ ତରଫରୁ ଦାମୋଦର ରଣା ଅନୁରୋଧ କରିଛନ୍ତି I ଉକ୍ତ ଦାବି ବିଷୟ ରେ ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବଡମ୍ବା ନାଗରିକ ମଞ୍ଚ ଏହାକୁ ତୀବ୍ର ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଶେଷ ରେ ମଞ୍ଚ ର ଉପ ସଭାପତି ପରେଶ ମହାପାତ୍ର ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































