ଗୁମାଗଡ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସୌନ୍ଦର୍ଯ୍ୟ ବୃଦ୍ଧି ସହ ପାର୍କ କରିବାକୁ ଦାବୀ
ଫୁଲ ବାଣୀ-( ସୁନୀଲ ପଟନାୟକ)
ଫୁଲ ବାଣୀ ସହରଠାରୁ ମାତ୍ର ୧୫ କିମି ଦୁର ଫୁଲବାଣୀ-ବ୍ରହ୍ମପୁର ଜାତୀୟ ରାଜପଥ କଡ଼ରେ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ରହିଛି ଗୁମାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ନିୟମିତ ରକ୍ଷଣାବେକ୍ଷଣ କରାଯାଉଥିବାରୁ ଏହି ପ୍ରକଳ୍ପ ରେ ପ୍ରାୟ ବର୍ଷସାରା ପାଣି ରହିଥାଏ। ଫଳରେ ଅଞ୍ଚଳବାସୀ ବର୍ଷ ସାରା ଏହାର କେନାଲ ଜଳ ଉପରେ ନିର୍ଭର କରି ଚାଷ କରୁଛନ୍ତି ଅନେକ ବର୍ଷ ଧରି।
ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଟି ମଧ୍ୟ ଦେଖିବାକୁ ଖୁବ ସୁନ୍ଦର । ହେଲେ ଏହି ପ୍ରକଳ୍ପ ର ସୌନ୍ଦ ର୍ଯ୍ୟ କରଣ କରିବା ସହ ସେଠାରେ ଏକ ପାର୍କ ଓ ସୁନ୍ଦର ଫୁଲ ବଗିଚା ଟିଏ କରାଗଲେ ଏହି ବାଟଦେଇ କାର,ବାଇକରେ ଯାଉଥିବା ଲୋକେ କିଛି ସମୟ ଅଟକି ପ୍ରାକୃତିକ ମନୋରମ ପରିବେଶର ମଜା ଉଠାଇ ପାରନ୍ତେ ।
ଏଥି ସହ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଅବସର ସମୟରେ କୁଲାବୁଲି କରିପାରନ୍ତେ । ଫୁଲବାଣୀ ସହ୍ ରରୁ ପାଖ ହୋଇଥିବାରୁ ସହରବାସୀ ମଧ୍ୟ ପରିବାର ସହ ଛୁଟିଦିନରେ ଯାଇ ବୁଲାବୁଲି କରି ଆସନ୍ତୋ ଫଳରେ ପର୍ଯ୍ୟଟନର ବିକାଶମଧ୍ୟ ହୋଇପାରନ୍ତା ଓ ତା ସହ ଲୋକଙ୍କ ଅର୍ଥନୈତିକ ଉନ୍ନତିମଧ୍ୟ ସମ୍ଭବ ହେବ ବୋଲି ଅଞ୍ଚଳର କୃଷକ ସଂଗଠନ ସଭାପତି ଚାଣକ୍ୟ କହଁର କହିଛନ୍ତି ।
ଏଥି ପ୍ରତି ଜିଲ୍ଲା ପ୍ରଶାସନ, ବିଧାୟକ,କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ ଶ୍ରୀ କହଁର ଦାବୀ କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































