ଗୁରୁଦିବସ ଅବସରରେ ବଡ଼ମ୍ବାଗଡର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନାର ଅୟମାରମ୍ଭ
ପବିତ୍ର ଗୁରୁଦିବସ ଅବସରରେ ବଡ଼ମ୍ବାଗଡର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କାର୍ଯ୍ୟ ତୁଲାଉଥିବା ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବଡ଼ମ୍ବାଗଡସ୍ଥ ଆଡିଆ ମହାଦେବ (ନୀଳକଣ୍ଠେଶ୍ଵର ମନ୍ଦିର) ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧିତ କରାଯାଇଛି ।ବଡମ୍ବା ଶିବଶକ୍ତି କମିଟିର ଆବାହକ ଶିବନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବିନୟକ୍ରିଷ୍ଣ ମହାନ୍ତି, ମୁଖ୍ୟବକ୍ତା ରୂପେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାନ୍ତି, ସମ୍ମାନିତ ଅତିଥି ଭାବେ ମାଣିଆବନ୍ଧ ମହା ବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଖଗେଶ୍ବର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମସୁନ୍ଦର ଦାଶ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତ ନାରାୟଣ ସାହୁ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଗୋପମଥୁରା ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରା ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେପରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମସୁନ୍ଦର ଦାଶ ବର୍ତ୍ତମାନ ଶିକ୍ଷା ପଦ୍ଧତି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭରତ ନାରାୟଣ ସାହୁ ଶିକ୍ଷକମାନେ ସମାଜର ମୁଖ୍ୟ ଅଙ୍ଗ ସଦୃଶ ବୋଲି କହିଥିଲେ । ପରେପରେ ଅନ୍ୟତମ ସମ୍ମାନିତ ଅତିଥି ଖଗେଶ୍ବର ମହାପାତ୍ର ଶିକ୍ଷକ ଯନ୍ତ୍ରୀଙ୍କ ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ସେମାନଙ୍କର କାହାସହିତ ତୁଳନା ଅବର୍ଣ୍ଣନୀୟ ।ତତପରେ ମୁଖ୍ୟବକ୍ତା ଚନ୍ଦ୍ରଶେଖର ମହାନ୍ତି ଶିକ୍ଷକମାନଙ୍କ ସମସ୍ୟା ଓ ସମାଧାନର ସୂତ୍ର କିପରି ହେବ ସେହି ବିଷୟରେ ଚର୍ଚ୍ଚା ସହିତ ମାଆ ମାନେ ପିଲାମାନଙ୍କର ପ୍ରଥମ ଗୁରୁ ଏବଂ ମାତୃଶକ୍ତି ସର୍ବଦା ଚିର ବନ୍ଦିତା ଏ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ମହୋଦୟ ବର୍ତ୍ତମାନ ଶିକ୍ଷକମାନଙ୍କୁ ଯେପରି ପାଠପଢ଼ା ବ୍ୟତୀତ ଅନ୍ୟ କାମରେ ଯୋଡାଯାଉଛି ଯଦ୍ୱାରା ପାଠପଢ଼ା ବ୍ୟାଘାତ ସହିତ ଛାତ୍ରଛାତ୍ରୀମାନଙ୍କର ଅଭୁତ କ୍ଷତି ହେଉଛି ଏହା ଉପରେ ଗଭୀର ରେଖାପାତ କରିଥିଲେ । ଏହାପରେ ଆସିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେମାନଙ୍କ ମଧ୍ୟରେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାକ୍ତନ ଅଧ୍ୟକ୍ଷ ବିନୟକ୍ରିଷ୍ଣ ମହାନ୍ତି,ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାନ୍ତି,ମାଣିଆବନ୍ଧ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରେମସୁନ୍ଦର ଦାଶ, ଗୋପପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଭରତ ନାରାୟଣ ସାହୁ, ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ସହକାରୀ ଶିକ୍ଷକ ଧନେଶ୍ଵର ସ୍ୱାଇଁ,ମାଣିଆବନ୍ଧ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଖଗେଶ୍ବର ମହାପାତ୍ର,ପ୍ରିୟଦର୍ଶିନୀ ସ୍ମୃତି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ରାଉତ, କୃପାସିନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶୈଳବାଳା ସାମଲ, ଅନନ୍ତମାଝୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ, ସରକାରୀ ଗୋପମଥୁରା ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରା, ଦୟାନନ୍ଦ ଆଙ୍ଗଲୋ ବେଦିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଟ କିଶୋର ପାତ୍ର, ବିଜିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ରଥ, ବୃନ୍ଦାବନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ମିଶ୍ର ପ୍ରଭୁତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଶିବପ୍ରସାଦ ମିଶ୍ର ଏ ଉତ୍ସବକୁ ସାର୍ବଜନୀନ କରିବାପାଇଁ ଆଗାମୀ ଦିନରେ ଏକ କମିଟି କରାଯାଇ ମଣ୍ଡଳ ସ୍ତରରେ କରିବା ପାଇଁ ସର୍ବସମ୍ମୁଖରେ ପ୍ରସ୍ତାବ ରଖିବା ସହିତ ଶିକ୍ଷକମାନେ ସମାଜର ଯନ୍ତ୍ରୀ ବୋଲି ସ୍ୱୀକାର କରିଥିଲେ । ସର୍ବଶେଷରେ ଶିକ୍ଷକ ମନୋଜ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































