ବଡମ୍ବା ତାଳ ମୁଣ୍ଡଳି ଗ୍ରାମରେ ଦିବ୍ୟାଙ୍ଗ ରେସନ ପାଇବାରୁ ବଞ୍ଚିତ
ଆଠଗଡ(ଉଲାପ୍ର)ଗରିବଙ୍କ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ମାଳ ମାଳ ଯୋଜନା। ଆଉ ଏହି ଯୋଜନା ଗୁଡିକ ସଠିକ ଭାବେ ପହଂଚି ପାରୁନି ତଳ ସ୍ତରରେ।ଯାହା ଫଳରେ ଯୋଜନା ରୁ ବଞ୍ଚିତ ହୋଇ ଏ ଅଫିସ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ସାଧାରଣ ଜନତା। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ତାଳମୁଣ୍ଡଳୀ ପଞ୍ଚାୟତ ର ତାଳ ମୁଣ୍ଡଳି ଗ୍ରାମରୁ।ତାଳମୁଣ୍ଡଳୀ ଗ୍ରାମର ବିଜୟ କୁମାର ଜେନା ଆଜକୁ ୨ବର୍ଷ ହେବ ନିଜ ପରିବାର ପାଇଁ ଗୋଟିଏ ସରକାର ଙ୍କ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ଅଛନ୍ତି। ଦୀର୍ଘ ଦୁଇ ବର୍ଷ ଧରି ନିଜର ୭ବର୍ଷ ର ଦିବ୍ୟାଙ୍ଗ ଝିଅ ଏବଂ ୧୦ବର୍ଷର ପୁଅ ସହ ନିଜ ସ୍ତ୍ରୀ ଙ୍କ ନାମରେ ରେସନ କାର୍ଡ଼ କରିବା ପାଇଁ ବଡ଼ମ୍ବା ବିଡ଼ିଓ, ଏମ ଆଇ ଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ଫଳରେ ଆଜି ଆଠଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ଆଠଗଡ଼ ଉପଖଣ୍ଡ ର ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ ଙ୍କୁ ସାକ୍ଷାତ କରି ନିଜର ରାସନ କାର୍ଡ ନିମନ୍ତେ ଏକ ଅଭିଯୋଗ କରିଛନ୍ତି।ଅଭିଯୋଗ କୁ ଗ୍ରହଣ କରି ଯଥାଶୀଘ୍ର ବିଜୟ ଙ୍କ ପରିବାର ନାମରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଏକ ରେସନ କାର୍ଡ଼ ବିଜୟ ଙ୍କ ପରିବାର କୁ ଯୋଗାଈ ଦିଆଯିବ ବୋଲି ସହକାରୀ ଜିଲ୍ଲାପାଳ ଙ୍କ ପକ୍ଷରୁ ପ୍ରକାଶ।ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଏହି ଦିବ୍ୟାଙ୍ଗ ପରିବାରକୁ ସରକାରୀ ସହାୟତା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































