ବିକଚ ସାହିତ୍ୟ ସଂସଦ, ବଡ଼ମ୍ବା ନରସିଂହପୁର ତରଫରୁ ବାର୍ଷିକ ଉତ୍ସବ ସହିତ ନୂଆଖାଇ ଭେଟଘାଟ ଏବଂ କବିକମଳ ଜଗନ୍ନାଥ ବାରିକଙ୍କ ଦ୍ଵାରା “ଚଉପଦୀ ରତ୍ନମାଳା “ପୁସ୍ତକ ଉନ୍ମୋଚନ
:
ବଡ଼ମ୍ବାଗଡସ୍ଥ ଆଡିଆ ମହାଦେବ (ନୀଳକଣ୍ଠେଶ୍ଵର ମନ୍ଦିର) ମନ୍ଦିରରେ ଆଜି ପବିତ୍ର “ନୂଆଖାଇ”ଅବସରରେ “ବିକଚ ସାହିତ୍ୟ ସଂସଦ”,ବଡ଼ମ୍ବା ନରସିଂହପୁର ତରଫରୁ ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟଘାଟ ଓ କବି କମଳ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ବାରିକଙ୍କ ସ୍ବରଚିତ “ଚଉପଦୀ ରତ୍ନମାଳା”ପୁସ୍ତକ ଉନ୍ମୋଚନ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି କବି ଦୂର୍ଯୋଧନ ବରାଳଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୁଳମଣି ବାରିକ, ମୁଖ୍ୟବକ୍ତା ଭାବେ ନରସିଂହପୁର ସାହିତ୍ୟ ସମାଜର ସଭାପତି ସଚ୍ଚିଦାନନ୍ଦ ଦାଶ, ସମ୍ମାନିତ ଅତିଥି ଭାବେ ନରସିଂହପୁର ସାହିତ୍ୟ ସଂସଦର ପରିଚାଳନା ସଂପାଦକ ଅଭୟାନନ୍ଦ ଦାଶ, ନୟାଗଡ଼ ଜିଲ୍ଲାର ଭାପୁର ଅଞ୍ଚଳର ପ୍ରସିଦ୍ଧ ପାଲା ଗାୟକ ରମେଶ ଚନ୍ଦ୍ର ପଣ୍ଡା,ବିକଚ ସାହିତ୍ୟ ସଂସଦର ସଂଚାଳକ କାଳିନ୍ଦୀ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ । ଶିକ୍ଷକ ଓ ନରସିଂହପୁର ସାହିତ୍ୟ ସମାଜର ସଂପାଦକ ବିନାୟକ ମିଶ୍ରଙ୍କ ସଂଯୋଜନାରେ ପ୍ରାରମ୍ଭରେ ନୂଆଖାଇ ଅବସରରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ହୋଇଥିଲା । ପରେପରେ କବି କମଳ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ବାରିକଙ୍କ ସ୍ବରଚିତ ପୁସ୍ତକ ‘ଚଉପଦୀ ରତ୍ନମାଳା’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।ତତପରେ ସାହିତ୍ୟ ଆଲୋଚନା ଚକ୍ରକୁ ସଭାପତି ଶ୍ରୀଯୁକ୍ତ ବରାଳ ଆଗେଇ ନେଇଥିଲେ । ପ୍ରାରମ୍ଭରେ ସମ୍ମାନିତ ଅତିଥି ଅଭୟାନନ୍ଦ ଦାଶ ‘ସାହିତ୍ୟ’ ସମାଜର ଦର୍ପଣ ସଦୃଶ ଆମକୁ ଆଗକୁ ନେଇଥାଏ ଅନ୍ୟତମ ସମ୍ମାନିତ ଅତିଥି ନାରାୟଣ ପାତ୍ର,ମାଣିଆବନ୍ଧ ସାହିତ୍ୟଘର ସଭାପତି ଯୁବକ ଓ ଯୁବତୀମାନଙ୍କୁ ଆଗେଇ ଆସି ସମାଜର ପଥପ୍ରଦର୍ଶକ ହେବା ଆବଶ୍ୟକ ବୋଲି ଅଭିବ୍ୟକ୍ତି ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଅଧ୍ୟକ୍ଷ କୁମାରେଶ ରଥ ସାହିତ୍ୟ ଏବଂ ସମାଜର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ମାଟି ମା ହେଉଛନ୍ତି ଅଚଳା ଏବଂ ସର୍ବଂସ୍ୱହା ଯିଏକି ସବୁରି ସାହା ଭରଷା ଏହା ଉପରେ ଗଭୀର ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଦାଶ ନିଜର ମତ ରଖିବାକୁ ଯାଇ ମହାଭାରତର ଅର୍ଜ୍ଜୁନ ଉପାଖ୍ୟାନ ବିଷୟରେ ଆଲୋଚନା ଚକ୍ରକୁ ଆଗେଇନେବା ସହିତ ଜ୍ଞାନ ଓ ବୁଦ୍ଧିର ତର୍ଜ୍ଜମା ଉକ୍ତ ସାହିତ୍ୟ ଆସରରେ ଆଲୋଚନା କରିଥିଲେ । ପରେପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାରିକ ନିଜର ଅଭିଭାଷଣରେ ସାହିତ୍ୟିକ ମାନେ ହେଉଛନ୍ତି ଜଣେ ଜଣେ ମଧୁମକ୍ଷିକା ଯିଏ ପ୍ରତି ମୂହୁର୍ତ୍ତରେ କିଛି ନା କିଛି ନୂତନତ୍ବ ଆବିଷ୍କାର କରିଥାନ୍ତି ଏବଂ ସାହିତ୍ୟ ସମାଜର ପୁନର୍ଜାଗରଣ ଆବଶ୍ୟକ ଯାହାକି ଦିବଙ୍ଗତ ସାରସ୍ୱତ ଦିଗଦର୍ଶକ ମାନେ ଯେଉଁ ଖସଡ଼ା ପ୍ରସ୍ତୁତ କରି ଦେଇଯାଇଛନ୍ତି ଆମକୁ ସେହି ପଥ ଅନୁସରଣ କଲେ ସାହିତ୍ୟର ଉନ୍ନତି ଅବଶ୍ୟମ୍ଭାବୀ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କୃଷ୍ଣଚନ୍ଦ୍ର ରାଉତ, ପାଲା ଗାୟକ ରମେଶ ଚନ୍ଦ୍ର ପଣ୍ଡା, ଶିକ୍ଷକ ଭରତ ନାରାୟଣ ସାହୁ, ସାଗର ମନ୍ଥନ ସାହିତ୍ୟ ସଂସଦ, ସାଗରର ବିଦ୍ୟାଧର ପଣ୍ଡା, ନାରାୟଣ ଚନ୍ଦ୍ର ହାଟ ବଣିକ ସଂଘର ସଭାପତି ଶିବ ନାରାୟଣ ମିଶ୍ର,କବି ଓ ଶିକ୍ଷକ ସାଗର କୁମାର ପରିଡ଼ା,,(ରାଇଘର, ନବରଙ୍ଗପୁର)କବି କାର୍ତ୍ତିକ ଚନ୍ଦ୍ର ପୁହାଣ, ଶିକ୍ଷକ ସରୋଜକାନ୍ତ ବଳିୟାର ସିଂ, ଶିକ୍ଷକ ରମେଶ ଚନ୍ଦ୍ର ବେହେରା କବୟିତ୍ରୀ ଆଶାଲତା ସାହୁ,ଅନିମା ମହାପାତ୍ର,ବିକଚ ସାହିତ୍ୟ ସଂସଦର ବରିଷ୍ଠ କର୍ମକର୍ତ୍ତା ଦେବବ୍ରତ ମାନସ କୁମାର ମାନସିଂହ, ସାମାଜିକ କର୍ମୀ ସରୋଜ କୁମାର ସାହୁ, ସନ୍ତୋଷ କୁମାର ଦେବତା, ରାମକୃଷ୍ଣ ସୁବୁଦ୍ଧି, ଶିକ୍ଷାବିତ ସାରଦାନନ୍ଦ ଦାଶ ,ସନାତନ ସ୍ୱାଇଁ, ସନ୍ତୋଷ କୁମାର ମିଶ୍ର (ତିଗିରିଆ),ସାମ୍ବାଦିକ ପୁପୁ ମହାନ୍ତି,ଗିରିଜା ପ୍ରସାଦ ମିଶ୍ର ପ୍ରଭୁତି ଉପସ୍ଥିତ ରହି କବିତା ପାଠୋତ୍ସବ ଓ ଆଲୋଚନା ଚକ୍ରକୁ ରୁଦ୍ଧିମନ୍ତ କରିଥିଲେ । ସର୍ବଶେଷରେ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































