ରାଇକିଆ ବସଷ୍ଟାଣ୍ଡ, ଓ ରେଷ୍ଟ ସେଡ଼ ସଫେଇ କଲେ ଡ୍ରାଇଭର ମହାସଂଘ
ଫୁଲ ବାଣୀ-(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ରାଇକିଆ ବସଷ୍ଟାଣ୍ଡକୁ ଆଜି ଶେଷରେ ଡ୍ରାଇଭର ମହାସଂଘ ପକ୍ଷରୁ ସଫେଇ କରାଯାଇଛି । ସଂଘ ସଭାପତି ଉଦୟ କୁମାର ଦିଗଲଙ୍କ ନେତୃତ୍ଵରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ମିଳିମିଶି ବସଷ୍ଟାଣ୍ଡ ରାସ୍ତା ସଫେଇ କରିବା ସହ ରେଷ୍ଟ ସେଡ଼ ଭିତରେ ପଡିଥିବା ଅଳିଆ ଆବର୍ଜନା ସଫା କରିବା ସହ ଫିନାଇଲ ପକାଇ ସଫା କରିଥିଲେ।
ଡ୍ରାଇଭରସଂଘ ପକ୍ଷରୁ ବସଷ୍ଟାଣ ଓ ରେଷ୍ଟ ସେଡ଼ ସଫା କରିବାପାଇଁ ବ୍ଳକ ପ୍ରଶାସନ, ପଞ୍ଚାୟତକୁ ଜଣାଇଥିଲେ ମଧ୍ୟ ଫଳ ଶୁନ୍ ।
ଶେଷରେ ଯାତ୍ରୀ ମାନଙ୍କବୃହତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ରବିବାର ୧୦ ରୁ ଉର୍ଦ୍ଧ୍ଵ ସଦସ୍ୟ ସଫେଇ କରିଥିଲେ ।.ଫଳରେ ଯାତ୍ରୀମାନେ ବେଶ ଆରାମରେ ରେଷ୍ଟ ସେଡ଼ରେ ବସି ବସକୁ ଅପେକ୍ଷା କରିପାରିବେ ବୋଲି ସଭାପତି ଦିଗଲ କହିଛନ୍ତି। ଡ୍ରାଇଭର ସଂଘର ଏତାଦୃଶ୍ୟ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଂଶସା କରାଯାଇଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































