ଖଡ଼ଗନଦୀଉପରେ ପୋଲ, ଓ ରାସ୍ତା କର, ନହେଲେ ଭୋଟ ବର୍ଜନ
ଫୁଲବାଣ(ସୁନୀଲ ପଟନାୟକ )
ଦେଶ ସ୍ୱାଧୀନତାର ଦୀର୍ଘ 74ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତହେଉଛନ୍ତିକନ୍ଧମାଳ ଜ଼ିଲ୍ଲା ର ଅନେକ ଗ୍ରାମବାସୀ l ସେଥିମଧ୍ୟରୁ କନ୍ଧମାଳ ଜ଼ିଲ୍ଲା ର କ ନୂଆଗାଁ ବ୍ଲକ ଆଡିମାହା ଗ୍ରାମପଞ୍ଚାୟତ ର ଲିଙ୍ଗରସାହି, ନୁଆଁପଦର, ବେଡିପଦର, ଡୁଡୁଗୁମ, କାଚାବାଲି, ଜର୍ଗିସୁଗା, କୁଟୁଡୁପା, ସିଟୁପାଜୁ, ସାଙ୍କୁଶବାଲି, ବାଡ଼ିପଙ୍ଗା, ଆଡିମାହା, ବାଡ଼ିପଙ୍ଗା,ଆଦି ରାଜସ୍ବ ଗ୍ରାମ କୁ ନେଇ ନବଗଠିତ ଆଡିମାହା ଗ୍ରାମପଂଚାୟତl ଏହି ଗ୍ରାମ ପଂଚାୟତ ରେ 11 ଗୋଟି ୱାର୍ଡ ରହିଛି l ପଂଚାୟତ ଗଠନକୁ ପାଞ୍ଚବର୍ଷ ପୁରିବ କିନ୍ତୁ କୌଣସି ଆଖି ଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହେଉନାହିଁ ଶିକ୍ଷା, ସ୍ୱାସ୍ଥ୍ୟ,ଓ ଗମନା ଗମନ ଭଳି ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ଗ୍ରାମବାସୀ ରାସନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ମହାସିଂ ପଂଚାୟତ ଉପରେ ନିର୍ଭରଶିଳ l ହାଇସ୍କୁଲ ପାଠପଢିବା ଓ ଅନ୍ୟ l ନ୍ୟ ସରକାରୀ କାମ ପାଇଁ କ ନୂଆଗାଁ ଯିବାକୁ ପଡେ, କିନ୍ତୁ ଗାଁ ନିକଟରେ ଖରସ୍ରୋତା ଖଡ଼ଗ ନଦୀ ବାଟଓଗାଳୁଛି ବର୍ଷା ଦିନରେ ନଦୀରେ ବଢ଼ିଆସୁଥିଲେ ମଧ୍ୟ ସ୍କୁଲ କଲେଜ ପିଲା ପ୍ରସୂତି ମହିଳା ଓ ବୟସ୍କ ଲୋକ ବିପଦ ସଂକୁଳଅବସ୍ଥାରେ ନଦୀ ପାର ହୋଇ ଯାତାୟତ କରୁଥିବା ଦେଖିବାକୁ ମିଳୁଛି ବାଲିଗୁଡା ଦେଇ ମହାସିଂ ଯିବାକୁ ହେଲେ ଦୀର୍ଘ 13 କିଲୋମିଟର ରାସ୍ତା ଯିବାକୁ ପଡୁଛି l falareଅଧିକ ଖର୍ଚ୍ଚାନ୍ତ କୁ ଡରି ଗ୍ରାମବାସୀ ଜୀବନକୁ ବାଜିଲଗାଇ ନଦୀପାର ହୋଇ ଯାତାୟତ କରନ୍ତି l ରାସ୍ତାର ଅବସ୍ଥା ନ କହିବା ଭଲ କାଦୁଅ ପଚପଚ ରାସ୍ତା ସାଙ୍ଗକୁ ଖାଲ ଖମାରେ ପରିପୂର୍ଣ୍ଣ ଜଙ୍ଗଲୀ ରାସ୍ତାରେ ଚାରି ଚକିଆ ଯାନ ଆମ୍ବୁଲାନ୍ସ ଯାତାୟତ କରିବା ଦୂରର କଥା ଦୁଇ ଚକିଆ ଯାନ ଯିବା କଷ୍ଟକର ବ୍ୟାପାର ଦୀର୍ଘ ବର୍ଷହେବ ଗ୍ରାମପଞ୍ଚାୟତର ପ୍ରାୟ ତିନିହଜାରରୁ ଉର୍ଦ୍ଧ ଲୋକ ଦୁର୍ଦଶା ଭୋଗୁଥିବା ଅଭିଯୋଗ ହେଉଛି l
ଏନେଇ ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ ଫଳ ଶୂନ l
ଫଳରେ ପଂଚାୟତବାସୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି l ଗାଁ କୁ ବିଜୁ ପକ୍କା ରାସ୍ତା ଓ ତୁରନ୍ତ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି ଗ୍ରାମପଞ୍ଚାୟତବାସୀ l
ନଚେତ ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ୱାର୍ଡ ମେମ୍ବର ପ୍ରହଲ୍ଲାଦ ହଂସ, ସାବିତ୍ରୀ କୋଠଦଳାଇ, ସୁକାନ୍ତ ଆମୟତ ସମେତ ଗ୍ରାମବାସୀl
ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋଇପଡିଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































