ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ବାର୍ଷିକ ବନ୍ଧୁମିଳନ
ବରଗଡ଼-୧୩/୯ ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ଛାତ୍ରମାନଙ୍କ ନୁଆଁଖାଇ ଉପଲକ୍ଷେ ବାର୍ଷିକ ବନ୍ଧୁମିଳନ ଲରମ୍ଭା ମହାବିଦ୍ୟାଳୟସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ କରାଯାଇଆସୁଅଛି । ଉକ୍ତ ବନ୍ଧୁମିଳନରେ ରାକେଶ କୁମାର ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଦିବଂଗତ ବନ୍ଧୁ ମାନସ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହା ପରେ ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନ ପାଇଁ ସହଯୋଗ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ ଚିତ୍ତରଞ୍ଜନ ପ୍ରଧାନ ବନ୍ଧୁମାନଙ୍କ ଉଜ୍ବଳ ଭବିଷ୍ୟତ ତଥା ଉତ୍ତମ ସ୍ବାସ୍ଥ୍ୟ କାମନା କରି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହେବାରେ ମୁକେଶ କୁମାର ସାହୁ, ଦୁଷ୍ମନ୍ତ ସାହୁ, ବିନୀତ କୁମାର ପ୍ରଧାନ ତଥା ଟିକେଶ୍ୱର ସୁଶାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































