ପ୍ରଶାସନ କି ନେତା ଶୁଣିଲେନି ଶେଷରେ ମୋବାଇଲ ନେଟୱlର୍କ ପାଇଁ ନିଜସ୍ଵ ଖର୍ଚ୍ଚ ରେ ତାର ବିଛେଇଲେ ଗ୍ରାମବାସୀ
ଫୁଲବାଣୀ -19/9(ସୁନୀଲ ପଟନାୟକ )
ଗୋଛପଡ଼ା ରେ ବିଏସଏନେଲ ମୋବାଇଲ ଟାୱାର ଥିଲେ ମଧ୍ୟ ଦୀର୍ଘଦିନ ଧରି ଅଚଳାବସ୍ଥା ଯୋଗୁଁ ମିଳିତ ନାଗରିକ ମଞ୍ଚ କମିଟି ପକ୍ଷରୁ ନିଜସ୍ଵ ଖର୍ଚ୍ଚ ରେ ମୋବାଇଲ ନେଟୱର୍କ ବ୍ୟବସ୍ଥା ପାଇଁ କଟ୍ରୀଙ୍ଗି ଆ ଠାରୁ ଗୋଛାପଡ଼ା ଚଉଦ କିଲୋମିଟର ପର୍ଯ୍ୟନ୍ତ ଦୁଇଟି ଜେସିବି ମେସିନ୍ ସାହାଯ୍ୟ ରେ ଖୋଳି ତାର ବିଛାଇଛନ୍ତି।ଦୀର୍ଘଦିନ ଧରି ଗୋଛାପଡ଼ା ରେ ବିଏସଏନେଲ ନେଟୱର୍କ ଅଚଳାବସ୍ଥା ଯୋଗୁଁ ରହୁଥିବା ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।ମେଡିକାଲ୍ ସମସ୍ୟା ଠାରୁ ଆରମ୍ଭ କରି ବ୍ୟାଙ୍କ୍ ସମସ୍ୟା ,ଅନଲାଇନ ଯୋଗେ ପିଲାମାନଙ୍କ ପାଠପଢା ରେ ବାଧାପ୍ରାପ୍ତ ହୋଇଥିବାରୁ ଏପରିକି ଅନେକଥର ସ୍ବାସ୍ଥ୍ୟ ଜନିତ ସମସ୍ୟା ଉପୁଜିଲେ ଆମ୍ବୁଲାନ୍ସ କୁ ଖବର ଦେବ ପାଇଁ ଚଉଦ କିଲୋମିଟର ଦୂର କଟ୍ରିଙ୍ଗୀୟା କୁ ଆସିବାକୁ ପଡ଼ିଥାଏ।ଯାହାଫଳରେ ଗୋଛାପଡ଼ାସମେତ ଆଠ ଗୋଟି ପଞ୍ଚାୟତ କୁ ନେଇ ଗଠିତ ମିଳିତ ନାଗରିକ ମଞ୍ଚ କମିଟି ପକ୍ଷରୁ ବହୁବାର ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହାପରେ ବାଧ୍ୟ ହୋଇ ଆଠଗୋଟି ପଞ୍ଚାୟତ ର ଗ୍ରାମବାସୀ ମିଳିତ ଭାବେ କିଛି ଅର୍ଥ ସଂଗ୍ରହ କରି ନିଜସ୍ଵ ଖର୍ଚ୍ଚ ରେ ଜେଶିବି ମେସିନ୍ ଲଗାଇ ଖୋଳୀବା ସହ ତାର ବିଛାଇଛ ନ୍ତି ବୋଲି ଗ୍ରାମବାସୀ
ରୋହିତ କହଁର ଓ ଭାଗବତ ଦିଗାଲ କହିଛନ୍ତି l
ଗ୍ରାମବାସୀ ଙ୍କ ଏଭଳି ସାଧୁ ଉଦ୍ୟମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































