ଯୁବଶକ୍ତି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
ପରଜଙ୍ଗ:”ଯୁବଶକ୍ତି” ସ୍ବେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ସରାଙ୍ଗ ଗ୍ରାମ ପଞ୍ଚାୟତର ଅନନ୍ତ ଶୟନ ହାଇସ୍କୁଲ ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ୧୦୧ ଉନିଟ୍ ରକ୍ତ ସଂଗୃହୀତ ହୋଇଥିଲା, ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖର ସାଥୀ ଯୁବବର୍ଗ ଙ୍କ ଆଦର୍ଶ ଲୋକପ୍ରିୟ ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ), ସମ୍ମାନିତ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଯୋଗଦାନ ଦେଇ ପ୍ରଥମେ ବୃକ୍ଷ ରୋପଣ କରିବା ସହ ରକ୍ତଦାନ ଶିବିର କୁ ଉଦଘାଟନ କରି କହିଥିଲେ ରକ୍ତଦାନ ମହପୁଣ୍ୟ, ଆମେ ରକ୍ତଦାନ କରିବା ଦ୍ୱାରା ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ସହ ଆମେ ନିଜେ ମଧ୍ୟ ସୁସ୍ଥ ଆଉ ସୁରକ୍ଷିତ ରେ ରହି ଥାଆନ୍ତୁ, ଆଜିର ଦିନରେ ଯୁବ ଛାତ୍ର ମାନଙ୍କ ପାଇଁ ରକ୍ତଦାନ ଏକ ବିପ୍ଲବ ରେ ପରିଣତ ହୋଇ ପାରି ଅଛି, ଏଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମେ ସମସ୍ତେ ରକ୍ତଦାନ କରି ନୂତନ ଜୀବନ ଦାନ ଦେଇ ରକ୍ତ ଅଭାବ କୁ ଦୂର କରିବା ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆହ୍ବାନ ଦେଇଥିଲେ, ଆଜିର ରକ୍ତଦାନ ଶିବିର ରେ ପରଜଙ୍ଗ ବ୍ଲକ ବିଜେଡ଼ି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ସମସ୍ତ ପରିଚାଳନା କରୁଥିଲେ, ଏହି କାର୍ଯ୍ୟକ୍ରମରେ ରେ ଅନ୍ୟମାନଙ୍କ ମଧ୍ୟରେ ସରାଙ୍ଗ ସରପଞ୍ଚ ଧରିତ୍ରୀ ମହାଳିକ, ସମିତି ସଭ୍ୟ ରବି ସାହୁ, କଲଦା ସରପଞ୍ଚ ଦିଲ୍ଲୀପ କୁମାର ବିଶ୍ବାଳ, ବିଜେଡ଼ି ସଂଗଠକ ପ୍ରିୟଦର୍ଶୀ ବିଶ୍ଵାଳ, ସମାଜସେବୀ ବଳରାମ ପତି,ଗଣମାଧ୍ୟମ ପ୍ରତିନଧି ନୂତନ କୁମାର ସାହୁ, ନିର୍ମଳ ଗଡ଼ନାୟକ, ପ୍ରେମାନନ୍ଦ ସାହୁ, ସୁବଳ ରାଉତ, ସୋସିଆଲ ମିଡ଼ିଆ ତରଣୀ ସେନ୍, ଆକାଶ ଦେହୁରୀ, ସୁଶାନ୍ତ ସିଂହ, ମନୋରଞ୍ଜନ ନାୟକ, ମାନସ୍ କୁମାର ଦାସ, ସୌଭାଗ୍ୟ ଦାସ, ଛବିରାଜ ଖୁଣ୍ଟିଆ, ଦୀପକ୍ ଖୁଣ୍ଟିଆ, ରଞ୍ଜନ ଖୁଣ୍ଟିଆ, ସାଗର ନାୟକ, ରାଜକିଶୋର ସାହୁ, ଡାକ୍ତର ରଣା, ତାଳଚେର ବ୍ଲଡ଼ ବ୍ୟାଙ୍କର ଡାକ୍ତର ପଞ୍ଚାନନ ସାହୁ, ସମସ୍ତ ସ୍ବାସ୍ଥ୍ୟ କର୍ମୀ, ଏବଂ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ
 
         
             Odia
 Odia 












































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































