ପ୍ରଧାନମନ୍ତ୍ରୀ ଆବାସ ଘର ଠିକ ଭାବେ ଦିଆଯାଉଛି କି ନାହିଁ ତଦନ୍ତ କରିବା ପାଇଁ ଆଠଗଡ ସହରରେ ଡୁଡ଼ା ଟିମ
ଆଠଗଡ(ଉଲାପ୍ର)ଆଠଗଡ ସହରରେ ଭୂମି ହୀନ ମାନଙ୍କୁ ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ଭାବେ ପ୍ରଦାନ କରାଯାଉଛି କି ନାହିଁ ତାକୁ ଦେଖିବା ପାଇଁ ଆଠଗଡ ସହରରେ ପହଞ୍ଚି ଥିଲେ ସହରାଞ୍ଚଳ ବିଭାଗ ଦ୍ଵାରା ପରିଚାଳିତ ଡୁଡା ଟିମ ର ସଦସ୍ୟ ମାନେ,ଆଜି ମଧ୍ୟାନ ରେ ଡୁଡା ଟିମ ର ପ୍ରକଳ୍ପ ନିର୍ଦେଶକ ଅକ୍ଷୟ ମିଶ୍ରଙ୍କ ସହିତ ଏକ ଟିମ ଆଠଗଡ କୁ ଆସି ସହରାଞ୍ଚଳ ବିଭାଗ କର୍ମକର୍ତାଙ୍କ ସହିତ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମକର୍ତା କାଲୁ ବସ୍ତି,ତଂଅଲା ସାହି ପ୍ରଭୁତି ବୁଲି ପ୍ରଧାନମନ୍ତ୍ରୀ ଆବାସ ଗୃହ ଗୁଡିକ ଦେଖିବା ସହିତ ସରକାରଙ୍କ ଗାଇଡ଼ ଲାଇନ କୁ କେତେଦୂର ପାଳନ କରିଛନ୍ତି,ସେମାନଙ୍କ ନାମରେ ଭୂମିହୀନ ପଟା ଅଛିକି ନାହିଁ ସେ ସମ୍ପର୍କରେ ବିଭିନ୍ନ ହିତାଧିକାରୀ ମାନଙ୍କ ପାଖକୁ ଯାଇ ପଚାରିଥିଲେ,ତେବେ ଏଠି ପ୍ରଶ୍ନ ଉଠୁଛି ଆଠଗଡ ସହରର ବିଭିନ୍ନ ବସ୍ତିରେ ଥିବା ଲୋକମାନଙ୍କୁ ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରାଯାଇଥିବା ବିଜେପି ଦଳ ପୂର୍ବରୁ ଅଭିଯୋଗ କରିଥିବା ବେଳେ କାଲୁ ବସ୍ତିରେ ଯୋଉ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କରାଯାଇଛି ପ୍ରକୃତରେ ସେହି ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ ନକରି ଆଠଗଡ ଏନଏସି କିଛି ଠିକାଦାରଙ୍କ ଜରିଆରେ ଏହି ଆବାସ ଗୃହ ନିର୍ମାଣ କରିଥିବା ଆଠଗଡ ବିଜେପି ଅଭିଯୋଗ କରିଥିଲା,ହେଲେ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଘଟଣାରେ କୌଣସି ତଦନ୍ତ କରାଯାଇ ନଥିବା ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଅଭିଯୋଗ କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































