ନିଷ୍ଠା ପରିବାର ତରଫରୁ ପ୍ରମୋଦ ଭଗତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ
ବରଗଡ଼ ୨୪/୯ ନିଷ୍ଠା ପକ୍ଷରୁ ଟୋକିଓ ଅଲମ୍ପିକ -୨୦୨୦ ( ବ୍ୟାଟମିଣ୍ଟନ ) ର ସ୍ବର୍ଣ ପଦକ ବିଜେତା ଗୋଲଡେନ ବୟ ପ୍ରମୋଦ ଭଗତଂକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ମାଲିପାଲି ମାଇନର ରୁ ମୋଟର ସାଇକେଲ ଶୋଭାଯାତ୍ରାରେ ପାଛୋଟି ଆଣି ଘଣ୍ଟ ଶଙ୍ଖ ତଥା ଜୟଗାନର ନାରା ଦେଇ ନିଷ୍ଠା ଭବନକୁ ସ୍ବାଗତ କରାଯାଇଥିଲା। ନିଷ୍ଠା ପରିବାର ର ପରିଦର୍ଶନ ପୁସ୍ତିକାରେ ନିଜର ସଂକ୍ଷିପ୍ତ ମତ ଲିପିବଦ୍ଧ କରିସାରିବା ପରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀମାନ ପ୍ରମୋଦ ଭଗତଙ୍କୁ ନିଷ୍ଠା ପରିବାର ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହା ସହିତ ନିଷ୍ଠା ର ସଦସ୍ୟ ରାଜେନ୍ଦ୍ର ମିଶ୍ର ଟ.୯୯୯୯.୦୦ ର ବ୍ୟାଙ୍କ ଚେକ୍ ଓ ଅନ୍ୟାନ୍ୟ କିଛି ବ୍ୟକ୍ତି ବିଶେଷ ବ୍ୟକ୍ତିଗତ ଭାବେ ସମ୍ବର୍ଦ୍ଧିତ କରିଥିଲେ। ଅନେକ ଲୋକଂକ ଭଲ ପାଇବା ଓ ହୃଦୟର ସ୍ପନ୍ଦନ ମୋର ଅଲମ୍ପିକ ବିଜୟର କାରଣ ବୋଲି ଶ୍ରୀମାନ ଭଗତ କହିଥିଲେ। ନିଜ ସଫଲତା ପଛରେ ରହିଥିବା ସଂଘର୍ଷମୟ ଜୀବନଗାଥା ରେ ପରିବାର ,ସାଂଗ,ଶିକ୍ଷକ ପ୍ରୋତ୍ସାହକଙ୍କ ଅବଦାନ ବିଷୟରେ ଅନେକ କଥା କହିଥିଲେ। ନିଷ୍ଠା ପରିବାର ତରଫରୁ ସମାଜ ସେବା କାର୍ଯ୍ୟ ପାଇଁ “ବ୍ରାଣ୍ଡ ଅମ୍ବାସାଡର “ଭାବେ ଭୂମିକା ନିର୍ବାହ କରିବା ପାଇଁ ଅନୁରୋଧ କରାଯାଇଥିଲା,ଯାହା ସେ ନିଶ୍ଚିତ କରିବି ବୋଲି ମତବ୍ୟକ୍ତ କରିବା ସହ ନିଷ୍ଠା ପରିବାର କୁ ମୋ ନିଜ ପରିବାର ଭଳିଆ ଲାଗେ ବୋଲି କହି ବହୁତ ଖୁସି ହୋଇଥିଲେ। ଏହି ସଭାରେ ତାଂକର ହିତାକାଂକ୍ଷୀ ରବି ପଣ୍ଡା ,ବାଲ୍ୟବଂଧୁ କୌଶିକ ମହାକୁଡ, ସାଂଗ ଚେତନ ଶର୍ମା, ଦୀପକ ରାୟ, ସୁକାନ୍ତ କଦମ୍ ,କ୍ରୀଡ଼ା ଶିକ୍ଷକ ସଚୀ ପଣ୍ଡା ପ୍ରଭୃତି ବ୍ୟକ୍ତି ବିଶେଷ ଯୋଗ ଦେଇ ପ୍ରମୋଦ ଭଗତଙ୍କ ସଂଘର୍ଷମୟ ଜୀବନ ଯାତ୍ରାର କାହାଣୀ କୋହଭରା କଣ୍ଠରେ ପ୍ରକାଶ କରିଥିଲେ। ଏହି ସଭାରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଳ ସାହୁ , ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଉପସଭାପତି କ୍ଷୀରୋଦ୍ର ସାହୁ ,ମଞ୍ଚ ପରିଚାଳନା ମଦନମୋହନ ଦାଶ,ଧନ୍ୟବାଦ ଅର୍ପଣ ଅଶୋକ ସାହୁ କରିଥିବା ବେଲେ ସମସ୍ତ ସଦସ୍ୟ ସଭା ପରିଚାଳନାରେ ସହଯୋଗ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































