ବିଜୁ ଜନତା ଦଳର ସାଂଗ ଠନିକ ବୈଠକ
ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପିଡବ୍ଲୁ ଡି ପଡ଼ିଆରେ ବିଜୁ ଜନତା ଦଳ ର ସାଂଗ ଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ପଂଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳସଂଗଠନ କୁ ମଜବୁତ କରିବା ପାଇଁ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବଳ , ଓଡିଶା ର ପ୍ରତେକ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ପାଖରେ ବିଜୁଜନତା ଦଳ ରହିଛି ,ରହିବ ବୋଲି ତୁମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପତିନିଧି ପ୍ରମୋଦ କୁମାର ସାହୁ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେl ରାଜ୍ୟ ଯୁବ ସଭାପତି ବ୍ୟମୋକେଶ ରାୟ ଙ୍କ ନିର୍ଦେଶ କ୍ରମେ ତୁମୁଡିବନ୍ଧ ବ୍ଲକ ରେବୈଠକ ଆୟୋଜିତ ହୋଇଥିଲା ଆଗାମୀ ପଂଚାୟତ ନିର୍ବାଚନ ରେ ଦଳ ସରପଞ୍ଚ ଠାରୁ ଆରମ୍ଭ କରି ଜିଲାପରିଷଦ ସଭ୍ୟ ପର୍ଯ୍ୟନ୍ତ ସମସ୍ତ ପଦବୀ ରେ ବିପୁଳ ଭୋଟରେ କିଭଳି ଜୟଯୁକ୍ତ ହେବ ସେ ନେଇଏବେ ଠାରୁ ଉଦ୍ୟମ ଆରମ୍ଭ କରିବା ପାଇଁ ବାଲିଗୁଡା ବିଧାୟକ ଚକ୍ରମଣି କଂହର କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ଅଞ୍ଚଳର ଶତାଧିକ କର୍ମୀ ଙ୍କ ସହ ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ବାଲିଗୁଡା ବିଧାୟକ ଚକ୍ରମଣି କଂହର , ପୂର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ସଭାପତି ରାମଚନ୍ଦ୍ର ଚାନ୍ଦ , ନଳିନୀ ପ୍ରଧାନ, ରାନୁ ଅପା , ଜିଲା ଉପସଭାପତି ଜୟ ବେହେରା, ଜିଲା ଉପସଭାପତି ସମସଙ୍ଗୀ ଭୁକ୍ତା, ଜିଲା ଯୁବ ସଭାପତି ଵିଷ୍ଣୁ ଭାଇ , ତୁମୁଡିବନ୍ଧ ବ୍ଲକ ଛାତ୍ର ସଭାପତି ଧର୍ମପଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ କୁ ଯୁବ ନେତା ସାମୁଏଲ ଭାଇ ପରିଚାଳନା କରିଥିଲେ ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































