କଟକ ପରେ ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କରେ ଆସିଲା ସମବାୟ ଦୁର୍ନୀତି, ବଡମ୍ବା ଜୁଡୁମୁ ସୋସାଇଟି ରେ ଚାଷୀଙ୍କ ନାମରେ ଖାଇଗଲେ ୬ କୋଟି ଟଙ୍କା,ଚାଷୀ ଦେଲେ ଉପଜିଲ୍ଲାପାଳ ଙ୍କ ଅଫିସ ଅଫିସ ଆଗରେ ଧାରଣା
ଆଠଗଡ(ଉଲାପ୍ର)ରାଜ୍ୟରେ ଚର୍ଚ୍ଚାରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମବାୟ ଦୁର୍ନୀତି ଘଟଣା ଆଠଗଡ ରେ ଚର୍ଚ୍ଚାରେ ଥିବାବେଳେ ଏବେ ପାଖ ପଡୋଶୀ ନିର୍ବାଚନ ମଣ୍ଡଳୀ ବଡମ୍ବା ଜୁଡୁମୁ ରେ ଥିବା ବାଙ୍କି କେନ୍ଦ୍ର ସମବାୟ ସୋସାଇଟି ରେ ଆସିଛି ସମାନ ସମବାୟ ଦୁର୍ନୀତି,ଯାହାକୁ ନେଇ ବଡମ୍ବା ର ଚାଷୀମାନେ ନ୍ୟାୟ ନପାଇବା ପରେ ଶେଷରେ ଆଜି ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି, ଚାଷୀମାନେ ଅଭିଯୋଗ କରିଛନ୍ତି ଏହି ଜୁଡୁମୁ ସୋସାଇଟି ରେ ପ୍ରାୟ ୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି,ବଡମ୍ବା ନିର୍ବାଚନ ମଣ୍ଡଳୀ ରେ ଥିବା ଜୁଡୁମୁ ସୋସାଇଟି ରେ ଚାଷୀ ମାନଙ୍କ ନାମରେ ସୋସାଇଟି ସମ୍ପାଦକ ଲକ୍ଷଲକ୍ଷ ଟଙ୍କା ଋଣକରି ଉଠାଇ ନେଇଥିବା ବେଳେ ପ୍ରକୃତ ଚାଷୀ ଋଣ ନକରି ମଧ୍ୟ ରୁଣୀ ହୋଇଛି,ଚେକ ବହି ଗୁଡିକ ଓ ପାସ ବହି ଗୁଡିକ ସୋସାଇଟି ସମ୍ପାଦକଙ୍କ ପାଖରେ ରହୁଥିବା ବେଳେ ଚାଷୀ ଘଟଣା ଜାଣିବା ପରେ ସମ୍ପାଦକ ଙ୍କୁ ଚେକବହି ମାଗିବା ପରେ ସମ୍ପାଦକ ବହି ଦେବାପରେ ଘଟଣା ଲୋକଲୋଚନକୁ ଆସିଛି,ଘଟଣା ସମ୍ପର୍କରେ ମାଣିଆବନ୍ଧ ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କ ର ମ୍ୟାନେଜର ଙ୍କୁ ଜଣାଇବା ପରେ ମଧ୍ୟ ମ୍ୟାନେଜର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ଜୁଡୁମୁ ଅଞ୍ଚଳର ଚାଷୀ ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ରେ ବସିଛନ୍ତି,ରାଜ୍ୟରେ ସମବାୟ ମନ୍ତ୍ରୀ ଥିବା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ସମବାୟ ଦୁର୍ନୀତି ଚରମ ସୀମାରେ ପହଁଚିଥିବା ବେଳେ ଏବେ ପାଖ ପଡୋଶୀ ନିର୍ବାଚନ ମଣ୍ଡଳୀ ବଡମ୍ବାରେ ମଧ୍ୟ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ସମ୍ମାନ ଅଭିଯୋଗ ଆସିଲାଣି, ଚାଷୀ ଋଣ ନକରି ମଧ୍ୟ ରୁଣୀ ହୋଇଛି,ଏ ରୋଗ ସାରା ଓଡିଶାକୁ ବ୍ୟାପିଥିଲେ ମଧ୍ୟ ସମବାୟ ମନ୍ତ୍ରୀଙ୍କୁ କାହିଁକି ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର ତାହା ଚାଷୀଙ୍କୁ ଆଶ୍ଚର୍ଯ୍ୟ କରିଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































