ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଆଠଗଡ(ଉଲାପ୍ର)ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସ ନେତା ଉମାବଲଭ ରଥ,କଂଗ୍ରେସ କର୍ମୀମାନଙ୍କୁ ଏକଜୁଟ ହୋଇ ଲଢେଇ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉମାବଲଭ ରଥ,ଆଜିର ଦିନରେ
ଗାନ୍ଧୀ ଙ୍କ ନାମକୁ ବ୍ୟବହାର କରି ଅନ୍ୟ ରାଜନୈତିକ ଦଳ ରାଜନୀତି କରୁଥିବା ବେଳେ ଗାନ୍ଧିଙ୍କ ଆଦର୍ଶକୁ ଭୁଲି ଯାଇଛନ୍ତି, ସେଥିପାଇଁ ଆଠଗଡ ରେ ପ୍ରଥମ କରି କଂଗ୍ରେସ କାଯ୍ୟାଳୟ ରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇ ଗାନ୍ଧୀ ଙ୍କ ଦିଗଦର୍ଶନ ରେ କର୍ମୀମାନେ ବ୍ରତୀ ହେବାକୁ ସମସ୍ତେ ଶପଥ ନେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଆଠଗଡ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ,ଏନଏସି ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା,ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ,କଂଗ୍ରେସ ନେତା ମଙ୍ଗୁଳି ପାଣି,ସୁନୀଲ ସୁତାର,ତ୍ରିଲୋଚନ ବେହେରା,ଅଶୋକ କୁମାର ଦାଶ,ପ୍ରମୋଦ ଜେନା ପ୍ରଭୁତି ଯୋଗଦେଇଥିଲେ
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































