ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ମାମଲା; ତଦନ୍ତ ପାଇଁ ପହଁଞ୍ଚିଲେ ଏଚ୍ଆର୍ପିସି ସଦସ୍ୟ
ବରଗଡ଼୧୦/୯
ବରଗଡ଼ ନିକଟସ୍ଥ ତୋରା ଗ୍ରାମ ପଞ୍ଚାୟତ ତଳିପଡାର ଜନୈକ ଯୁବକ ଗୋବିନ୍ଦ କୁମ୍ଭାର ଟାଉନ ଥାନା ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ବରଗଡ଼ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା ପରେ ପୋଲିସ ଲାଠି ଚାଳନା ମଧ୍ୟ କରିଥିଲା। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ପାଇଁ ବରଗଡ ଏସ୍ପି ରାହୁଲ ଜୈନ ମାନବାଧିକାର ସୁରକ୍ଷା ସେଲ୍(ଏଚ୍ଆରପିସି) ଏଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି କ୍ରମରେ ଆଜି ଏଚଆରପିସିର ଦୁଇ ଜଣିଆ ସଦସ୍ୟ ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଛନ୍ତି । ଏହି ଦଳରେ ଅତିରିକ୍ତ ଏସ୍ପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସ୍ପି ବିଦ୍ୟୁତ ପଣ୍ଡା ରହିଛନ୍ତି । ସେମାନେ ପ୍ରଥମେ ବରଗଡ଼ ଏସପିଙ୍କୁ ଭେଟି ଆଲୋଚନା କରିବା ପରେ ମୃତ ଗୋବିନ୍ଦଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ବୁଝିଥିଲେ । ପରେ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ନେଇଥିଲେ । ତେବେ ଘଟଣାଟି ତଦନ୍ତାଧିନ ଥିବା ଯୋଗୁ ବର୍ତ୍ତମାନ କିଛି କହିବାକୁ ସେମାନେ ମନା କରି ଦେଇଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































