ଏଜେଓ ହାଇ ସ୍କୁଲ ଆଲୁମିନି ଏସଓ ସିଏସନ ବୈଠକ
ଫୁଲବାଣୀ (ସୁନୀଲ ପଟନାୟକ )
ଶନିବାର ଗାନ୍ଧୀ ଜୟନ୍ତୀ ଅବସରରେ ଫୁଲବାଣୀ ଏ ଜେ ଓ ହାଇ ସ୍କୁଲ ଠାରେ ଆଲୁମିନି ଏସୋ ସିଏସନ ର ବୈଠକ ଅନୁଷ୍ଠିତ ହୋଇଥିଲା l
ପୂର୍ବତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ ଜେନା ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥୀ ଭାବେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ବିକାଶକୁମାର ପ୍ରଧାନ, ଆଇନ ଯିବି ବିଜୟ ପଟନାୟକ, ପ୍ରଧାନ ଶିକ୍ଷକ ଦିଲୀପ ପ୍ରଧାନ, ରମେଶ ମହାନ୍ତି ପ୍ରମୁଖ ଯୋଗ ଦେଇ ହା ଇ ସ୍କୁଲ କୁ ଆହୁରି ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ଓ ସ୍କୁଲ ରେ ପାଠ ପାଢ଼ୀ ବଡ ବଡ ପଦ ପଦବୀ ରେ ଥିବା ଛାତ୍ର ମାନକୁ ଆଲୁମିନି ରେ ଗ୍ରହଣ କରିସେମାନଙ୍କ ଠାରୁ ସହଯୋଗ ରାଶି ସଂଗ୍ରହ କରିବାକୁ ସମସ୍ତ ସଦସ୍ୟ ଉଦ୍ୟମ କରିବା ଲାଗି ମତପ୍ରକାଶ କରିଥିଲେ lଆଲୁମିନି ରେ ସଦସ୍ୟ କମ ଥିବା ରୁ ସରକାରଙ୍କ ମେ ଚି ଙ୍ଗ ଗ୍ରାଣ୍ଟ କମ ମିଳୁଥିବା କଥା ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ l
ସଦସ୍ୟ ରମେଶ ମହାନ୍ତି ସ୍ୱାଗତ ଭାଷଣ ଦେବାସହ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































