ଇପିଏଫର ‘ପ୍ରୟାସ’ ପେନସନ ଯୋଜନା ର ଶୁଭାରମ୍ଭ
ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ସିମେଣ୍ଟ କାରଖାନା ଠାରେ ଏମପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ରାଉରକେଲା ପକ୍ଷରୁ ‘ପ୍ରୟାସ’ ଯୋଜନା ର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଜଣେ କିରଖାନା ବା ଇପିଏଫ ପେନସନ ପାଇଁ ଯୋଗ୍ୟ କର୍ମଚାରୀ ଙ୍କୁ ଅବସର ଗ୍ରହଣ ଦିନ ରେ ହିଁ ପେନସନ ବ୍ୟବସ୍ଥା ହୋଇପାରିବ। ଏହି ଅବସରରେ ବରଗଡ଼ ସିମେଣ୍ଟ କାରଖାନା ପରିସରରେ ଅନୁଷ୍ଠିତ ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସ୍ଥିତ ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠି ର ଆୟୁକ୍ତ ଜୟ କୁମାର ଯୋଗଦେଇ ପ୍ରଥମ କରି ଅବସର ଗ୍ରହଣ ଦିନ ପେନସନ କାର୍ଡ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅରବିନ୍ଦ ପ୍ରଧାନ, ସମ୍ବଲପୁର ର ନିର୍ବାହୀ ଅଧିକାରୀ (ପି ଏଫ) ବିଶ୍ବନାଥ ତିର୍କି, ବରଗଡ଼ ସିମେଣ୍ଟ କାରଖାନା ର ପ୍ଲାଣ୍ଟ ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ,ଏଚଆର ଦିନେଶ କୁମାର ପାଠକ,ହୀରା ସିମେଣ୍ଟ ଶ୍ରମିକ ସଂଘ ର ସଭାପତି ମହେନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସଭାକୁ ଦୁର୍ଗା ପ୍ରସାଦ ଦାସ ଏବଂ ଶ୍ରୀହରି ନାୟକ ପରିଚାଳନା କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































