କୋଟଗଡ଼ ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁବନ ବିଭାଗ ପକ୍ଷରୁ ଟିକାକରଣ
ଫୁଲବାଣୀ-୪/୧୦(ସୁନୀଲପଟନାୟକ) ଅଭୟାରଣ୍ୟ ଅଞ୍ଚଳରେବନ୍ୟଜନ୍ତୁ ଜନିତ ସଂକ୍ରମଣ ରୋକିବା ଲାଗି କୋଟଗଡ଼ ବନ ବିଭାଗ ପକ୍ଷରୁ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ସୋମବାର ମାଗଣାରେ ଟିକା ପ୍ରଦାନ କରାଯାଉଛି ।
ବାଲିଗୁଡ଼ । ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ଼ ରେ ଜଂ ଅଫିସର ସୂର୍ଯ୍ୟକାନ୍ତ ବେହେରା ଙ୍କ ଉଦ୍ୟମରେଏହି ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରି ଲାକେଡ଼ି, ରଡି ଗୁମା ,କରି ଘାଟି ଆଦି ଅଭୟାରଣ୍ୟରେ ରହୁଥିବା ଲୋକମାନଙ୍କ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଟିକାକରଣ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବନପାଳ ପ୍ରଭାତ କୁମାର ଦୋରା , ବନରକ୍ଷୀ ଯୋଗେନ୍ଦ୍ର ଧାରୁଆ .ରାହୁଲଡିଗାଲ ପ୍ରମୁଖ ବହୁ ବନ କର୍ମଚାରୀ ଓ ବନ ସଂରକ୍ଷଣ ସମିତି ସଦସ୍ୟମାନେ ସହଯୋଗ କରି ଥିଲେ। କୋଟଗଡ଼ ପ୍ରାଣୀ ଚିକିତ୍ସକ, କର୍ମଚାରୀ ଏଲଆଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।
କୋଟଗଡ଼ରେ ଜଂର ବେହେରା ଙ୍କ ନିଷ୍ଠା ଓ ଆନ୍ତରୀକତା ଯୋଗୁଁ ଅଭୟାରଣ୍ୟ ଅଞ୍ଚଳରେ ଥିବା ବନ୍ୟଜନ୍ତୁମାନଙ୍କ ସୁରକ୍ଷା ସମ୍ଭବ ହେବା ସହ ଜଙ୍ଗଲ କ୍ଷୟ ରୋକାଯାଇ ପାରିଛି ବୋଲି ସ୍ଥାନୀୟ ଲୋକ, ପରିବେଶବିତ, ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































