ଆଜି ମହାଳୟା : ମା’ ସମଲେଇଙ୍କ ଧବଳମୁଖୀ ବେଶ
ବରଗଡ ୬/୧୦(ସତ୍ୟ ନାରାୟଣ ପ୍ରଧାନ) ଆଜି ପବିତ୍ର ମହାଳୟା । ପଶ୍ଚିମ ଓଡ଼ିଶାରେ ଥିବା ମା’ ସମଲେଇଙ୍କ ଧବଳମୁଖୀ ବେଶ । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ବାଗ୍ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେବେ କୋଭିଡ଼ କଟକଣା ମଧ୍ୟରେ ଆଜି ମା’ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ସମ୍ବଲପୁର ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ଆଜି ସକାଳୁ ତାଙ୍କ ନିତୀ ରେ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଦର୍ଶନ ପାଇଁ ଦ୍ଵାରା ଫିଟା ଯାଇଥିଲା। ଯାହାକି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ବରଗଡ଼ ସଦର ମହକୁମା ସ୍ଥିତ ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀ ଦେବୀଙ୍କ ର ଆଜି ସକାଳୁ ବିଶେଷ ପୂଜାର୍ଚ୍ଚନା ପରେ ଧବଳମୁଖୀ ବେଶ ରେ ଦର୍ଶନ ଦେଇଥିଲେ। ବଲାଙ୍ଗୀର ରେ ମଧ୍ୟ ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ଧବଳମୁଖୀ ରୂପରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































