ସୂଚନା ଅଧିକାର ଆଇନ ସମ୍ପର୍କରେ ଜନସଚେତନତା
ଫୁଲବାଣୀ 6/10(ସୁନୀଲ ପଟନାୟକ )
ବୁଧବାର କନ୍ଧମାଳ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଅଭିଯାନ କନ୍ଧମାଳ ପକ୍ଷରୁ ସୂଚନା ଅଧିକାର ଆଇନର ବ୍ୟାପକ ବ୍ୟବହାର ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦେଶରେ ଏକ ସ୍ୱଛ ଓ ଦୁର୍ନୀତି ମୁକ୍ତ ଶାସନ ବ୍ୟବସ୍ଥା ସହ ନାଗରିକ ମାନଙ୍କ ନିକଟରେ ପ୍ରଶାସନ ଓ କର୍ମଚାରୀ ଉତ୍ତରଦାୟୀ ରହିବେ।ଏହା ଫଳରେ ଦେଶରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିହତ କରାଯାଇପାରିବ। କୌଣସି କାର୍ଯ୍ୟକ୍ରମ ରେ ଲୁଚାଛପା ନ ରଖି ଜନସାଧାରଣ ଜାଣିବା ର ସୁଯୋଗ ପାଇଲେ ଦୁର୍ନୀତି ନିୟନ୍ତ୍ରିତ ହୋଇ ଆପେ ସୁଶାସନ ପ୍ରତିଷ୍ଠା ହୋଇପାରିବ। ଏହି ଆଇନ ୨୦୦୫ମସିହା ଜୁନ ୧୫ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଅକ୍ଟୋବର ୧୨ତାରିଖ ରୁ ଦେଶରେ କାର୍ଯ୍ୟକାରୀ ହେଉଅଛି।୧୭୬୬ମସିହାରେ ପ୍ରଥମେ ସ୍ୱଇଡେନରେ ପ୍ରଣୟନ ହେବା ପରେ ୧୯୬୬ରେ ଆମେରିକାରେ ଲାଗୁ ହୋଇଥିଲା।ଦୁର୍ନୀତି ଗ୍ରସ୍ତ ଓ ଭ୍ରଷ୍ଟାଚାରୀ ନେତା ଅଫିସର ମାନଙ୍କ ମୁଖା ଖୋଲିଦେଉଥିବାରୁ ଏହି ଆଇନ ଜନ ସାଧାରଣଙ୍କ ପାଇଁ ଏକ ଅମୋଘ ଅସ୍ତ୍ର।ଗୋଟାଏ କାମ ପାଇଁ କେତେ ବଜେଟ ଅଛି,କେଉଁ ମାନର କାମ ହେବ,ଉତ୍ତରଦାୟୀ କିଏ ଏସବୁ ଜାଣିବାର ସୁଯୋଗ ରହିଛି।ଆବାସ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ରାସ୍ତା ନିର୍ମାଣ, ବିଦ୍ୟୁତ, କୋଠାବାଡି ନିର୍ମାଣ ଓ ମରାମତି, ଦରମା, ଭତ୍ତା,ଗାଡିର ଲଗବୁକ, ଜଳଯୋଗାଣ ଇତ୍ୟାଦି ସମ୍ପର୍କରେ ସଠିକ ସୂଚନା ମିଳିବା ଦ୍ୱାରା ଅଧିକାରୀମାନେ ଦୁର୍ନୀତି କରିବା ପୂର୍ବରୁ ଚିନ୍ତା କରିବେ।ସରକାରୀ ଅନୁଦାନ ପାଉଥିବା ପ୍ରତ୍ୟେକ ବେସରକାରୀ ସଂସ୍ଥା, ଅନୁଷ୍ଠାନ ବ୍ୟକ୍ତି ବିଶେଷ ମଧ୍ୟ ଏହି ଆଇନର ପରିସର ଭୁକ୍ତ।ଏହି ଆଇନର ବ୍ୟାପକ ବ୍ୟବହାର ଆବଶ୍ୟକ ।ଆଜିର ସୂଚନା ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମରେ ନାରାୟଣ ସାହୁଙ୍କ ସମେତ, ରାଜୁ ପାଢୀ,ଭିଭି ରାମଦାସ, ପ୍ରତାପ ପାତ୍ର,ସୁଶାନ୍ତ ମହାନ୍ତି, ଦୁର୍ବାସା ସେଠୀ,ପଙ୍କଜ ବେହେରା, ପ୍ରଭାକର ପାଳ,ବିଜୟ ମହାନ୍ତି, ଭଗବାନ ମହାନ୍ତି, ପ୍ରଦୀପ ପଣ୍ଡା,ସଚିଦାନନ୍ଦ ପଟ୍ଟନାୟକ, ଶିବାନନ୍ଦ ପଟନାୟକଙ୍କ ସମେତ ଆରଟିଆଇ କର୍ମୀ ଅଶୋକ ପରିଡା ଲୋକମାନଙ୍କୁ ସଚେତନତା କରି ନିଜ ନିଜ ଅସୁବିଧା ର ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଫର୍ମ ପୁରଣ କରାଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































