କୋଟଗଡ଼ ବନାଞ୍ଚଳ ପକ୍ଷରୁ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଙ୍ଗଲ ବିଭାଗ ଡିଭିଜନ ଡିଏଫ ଓଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା, ସମେତ ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଗଣିତକୋଟଗଡ଼ ବନାଞ୍ଚଳରେ ୬୭ତମ ବନ୍ୟପ୍ରାଣୀ ସପ୍ତାହପାଳିତ ହୋଇଥିଲା।
କୋଟଗଡ଼ ରେ ଜଂ ଅଫିସର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ଵ ତଥା ଉଦ୍ୟମରେ ଜଗନ୍ନାଥ ମନ୍ଦିର ନିକଟରେ ବନ୍ୟପ୍ରାଣୀସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବନ୍ୟପ୍ରାଣୀ ଶୀକାର ନ କରି ସେମାନଙ୍କ ଯତ୍ନ ନେବା ଓ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଲାଗି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ସେହି ମାଧ୍ଯମରେଲୋକମାନଙ୍କୁ ପରାମର୍ଶ ଦେଇଥିଲେ ରେ ଜଂର ବେହେରା । ସେହିପରି ବନ୍ୟପ୍ରାଣୀ ନିରୋଧ ଆଇନ ସଂପର୍କରେ ମଧ୍ୟ ଲୋକଙ୍କୁ ଅବଗତ କର।ଯାଇଥିଲା। ସେହିପରି
ପରିବେଶ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ଅଭୟାରଣ୍ୟଜଙ୍ଗଲକୁ ବିଶେଷକରି ନିଆଁ ଦାଉରୁ ରକ୍ଷାକରିବା ପାଇଂ ଏହି ଅବସରରେ ଯୋଗ ଦେଇ ବ୍ଲକ ଅଧ୍ୟକ୍ଷାସବୀତା ମଲିକ, ସାଂସଦ ପ୍ରତିନିଧି ତ ଥା ଯୁବନେତା ମନୋଜ ସାବତ ପରାମର୍ଶ ଦେଇଥିଲେ। ସେହିପରି ବନବିଭାଗର ଏଭଳିସଚେତନ କାର୍ଯ୍ୟକ୍ରମକୁ ମଧ୍ୟ ସମସ୍ତେ ପ୍ରସ ସାଂ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବନ ବିଭାଗ କର୍ମଚାରି ପ୍ରଭାତ ଦୋରା , ବିଶ୍ଵଜିତ ମିଶ୍ରଙ୍କ ସମେତ ପରିବେଶବିତ, ବୁଦ୍ଧିଜିବୀ ସ୍ଥାନୀୟ ଲୋକ ବନସରକ୍ଷଣ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































