ଢେଙ୍କାନାଳ ଡାକ ବିଭାଗ ତରଫରୁ ବିଶ୍ୱ ଡାକ ଦିବସ ପାଳିତ
ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ବିଶ୍ୱ ଡାକ ଦିବସ ପାଳିତ ହୋଇଯାଇଛି ।ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ 09.10.2021 ରୁ 15/10/2021 ପର୍ଯ୍ୟନ୍ତ ଏହି ବିଶ୍ୱ ଡାକ ଦିବସ ପାଳିତ ହେବ ।ଏହି ବର୍ଷ ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋସ୍ଛବ ଅବସରରେ ଢେଙ୍କାନାଳ ଡାକ ମଣ୍ଡଳ ଆସନ୍ତା 11.10.2021 ରୁ 17.10.2021 ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଡାକ ବିଭାଗ ଦ୍ଵାରା ପରିଚାଳିତ ସଞ୍ଚୟ ଓ ଅର୍ଥନୈତିକ ଅନ୍ତର୍ଭୁକ୍ତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସ୍କୁଲ ପିଲାଙ୍କ ମାଧ୍ୟମରେ ଡାକ ଟିକଟ ମାଧ୍ୟମରେ ଜ୍ଞାନ ବର୍ଦ୍ଧନ ଓ ଫିଲଟେଲ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ।ଡାକ ବିଭାଗ ମାଧ୍ୟମରେ ସରକାରଙ୍କର ବିଭିନ୍ନ ସଞ୍ଚୟ, ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ସୁକନ୍ୟା ଯୋଜନା, ଡାକ ବ୍ୟାଙ୍କିଙ୍ଗ ସୁବିଧା ଆଦି ଯୋଜନା ଗୁଡିକୁ ଲୋକ ଲୋଚନ କରିବା କୁ ବୃହତ ଅଭିଯାନ କରାଯାଇଛି ।ଡାକ ସପ୍ତାହ ପାଳନ ଅବସରରେ ଜନସାଧାରଣଙ୍କୁ ଏହି ସବୁ ସୁବିଧାର ଲାଭ ଉଠାଇବାକୁ ଢ଼େଙ୍କାନାଳ ଡ।କମଣ୍ଡଳ ଅଧିକ୍ଷକ ଶ୍ରୀ ଜଗଦୀଶ ଦାସ ନିବେଦନ କରିଛନ୍ତି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































