ଏଟିଏମ ଗାଡିରୁ ଟଙ୍କା ଲୁଟ ଘଟଣାରେ ପୋଲିସ ଆଇଜି ନରସିଂହ ଭୋଳଙ୍କ ପ୍ରେସ ମିଟ, ଏକ କୋଟି ପାଞ୍ଚଲକ୍ଷ ଲକ୍ଷ ଟଙ୍କା ଜବତ,୬ ବନ୍ଧୁକ ଜବତ,ତିନି ଗିରଫ
ଆଠଗଡ(ଉଲାପ୍ର) ଆଠଗଡ ସହର ନିକଟରୁ ଗତକାଲି ସିଏମଏସ ଟଙ୍କା ଗାଡିରୁ ଦୁର୍ବୁତ୍ତ ମାନେ ଡ୍ରାଇଭର,ଗନ ମ୍ୟାନ କୁ ହାଣି ଟଙ୍କା ଗାଡିକୁ ଲୁଟି ନେଇଥିବା ବେଳେ କଟକ ଜିଲା ପୋଲିସ ଓ ଢେଙ୍କାନାଳ ଜିଲା ପୋଲିସ ଦୁଇ ଜିଲାକୁ ନାକା ବନ୍ଦି କରିବା ଯୋଗୁ ଢେଙ୍କାନାଳ ଜିଲା ଭୋଜଦେଇ ପୁର ଅଞ୍ଚଳରୁ ପୋଲିସ ତିନିଜଣ ଦୁର୍ବୁର୍ତ୍ତ କୁ କାବୁ କରିଥିବା ବେଳେ ସେମାନଙ୍କ ନିକଟରୁ ଏକ କୋଟି ପାଞ୍ଚଲକ୍ଷ ଟଙ୍କା ଜବତ କରିଛି ପୋଲିସ।ଘଟଣାରେ ସମ୍ପୃକ୍ତ ତିନିଜଣ
ଆସାମିଙ୍କ ନିକଟରୁ ପାଞ୍ଚଗୋଟି ବନ୍ଧୁକ ଜବତ କରିଥିବା ବେଳେ ଖଣ୍ଡା ଦୁଇଟି,ଗୋଟିଏ କଟୁରି ଜବତ କରିଛି ପୋଲିସ, ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଆସାମୀ ଘଟଣା ସ୍ଥଳରୁ ଚବିଶ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ବେଳେ ପୋଲିସ ଏହି ଯୁବକକୁ କାବୁ କରିବା ପାଇଁ
ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି,ଆଜି ଅପରାହ୍ନରେ ପୋଲିସ ଆଇଜି ନରସିଂହ ଭୋଳ ଆଠଗଡ ଡ଼ିଏସପି ଅଫିସ କାର୍ଯ୍ୟଳୟ ରେ ଏକ ପ୍ରେସ ମିଟ କରି ଲୁଟ ଘଟଣାର ପରଦା ଫାସ କରିଛନ୍ତି,ଏହି ପ୍ରେସ ମିଟ ରେ ଢେଙ୍କାନାଳ ଜିଲା ଏସ୍ପି,ଆଠଗଡ ଡ଼ିଏସପି,ଚୌଦ୍ୱାର ଡ଼ିଏସପି,କଟକ ଜିଲା ଓ ଢେଙ୍କାନାଳ ଜିଲାର ବିଭିନ୍ନ ଥାନାର ପଦାଧିକାରୀ ମାନେ ଯୋଗଦେଇ ଥିଲେ।ପୁରା ଘଟଣାକୁ ତଦାରଖ କରିଥିଲେ ଆଇଜି ନରସିଂହ ଭୋଳ, ଯେହେତୁ ଭୋଳ ଆଠଗଡ ଅଞ୍ଚଳର ବ୍ୟକ୍ତି ସେ ଦୃଷ୍ଟି କୋଣରୁ ଏହି ଅଞ୍ଚଳ ସହିତ ସେ ବେଶ ଜଡିତ ତେଣୁ ତୁରନ୍ତ ବିଭିନ୍ନ ଜିଲାର ରାସ୍ତା ଗୁଡିକୁ ନାକାବନ୍ଦୀ କରିଦେବା ଯୋଗୁ ଆସାମୀ
ମାନେ ଯାଇନପାରି ପୋଲିସ ହାତରେ ଧରା ପଡ଼ିଥିଲେ, ଡକାୟତ ମାନେ ଯୋଉ କାର ବ୍ୟବହାର କରିଥିଲେ ସେହି କାର ଟିକୁ ମଧ୍ୟ ପନ୍ଦର ଦିନ ତଳେ ଜାତୀୟ ରାଜପଥର ବାଳି ନିକଟରୁ ଲୁଟ କରି ସେହି କାର ରେ ଏଟିଏମ ଟଙ୍କା ଭର୍ତ୍ତି ଗାଡିକୁ କାବୁକରି ଟଙ୍କା ଭର୍ତି ଗାଡିକୁ ଲୁଟ କରି ସେହି ଗାଡିରୁ ଟଙ୍କା ଗୁଡିକୁ ନେଇଯାଇ ସପ୍ତଶଯ୍ୟା ନିକଟରେ ଗାଡ଼ିଟିକୁ ଛାଡ଼ିଦେଇ ପଳାଇ ଯାଇଥିଲେ।ପୋଲିସ ଆଇଜି ନରସିଂହ ଭୋଳ ଦୁଇ ଜିଲାର ସମସ୍ତ ପୋଲିସ ଅଧିକାରୀ ମାନଙ୍କୁ ସଫଳତା ପାଇଁ ଧନ୍ୟବାଦ ଦେଇଛନ୍ତି।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































