ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ବେଲଘର ଗସ୍ତ ନକ୍ସଲ ସମସ୍ୟା ସଂପର୍କରେ କଲେ ଆଲୋଚନା
ଫୁଲ ବାଣୀ-୧୩/୧୦(ସୁନୀଲ ପଟନାୟକ )
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବୁଧବାର କନ୍ଧମାଳ ଜିଲ୍ଲା ର ମା ଓ ଇଲାକା ଭାବେ ପରିଚିତ ବେଲଘର ଥାନା ଅଞ୍ଚଳ ଗ୍ରସ୍ତ କରି ନକ୍ସଲ ମୁକାବିଲା ନେଇ କରାଯାଇଥିବା ରଣ ନିତୀ ସଂପର୍କରେ ପୋଲିସ ଓ ସିଆରପିଏଫ ର ବରୀଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ପୂର୍ବ । ପେକ୍ଷା ମାଓ କାର୍ଯ୍ୟକଳାପ ହ୍ରାସ ପାଇଥିବା ଓମାଓବାଦୀମାନେ ଆମୂସର୍ମପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଆସୁଥିବା ଫଳରେ ଖୁସି ବ୍ୟକ୍ କରିଥିଲେ ଡିଜିପି ଅଭୟ ।କନ୍ଧମାଳ ଏସପି
ବିନିତ ଅଗ୍ରୱାଲଙ୍କ କାର୍ଯ୍ୟଦକ୍ଷତା, କଠିନ ପରିଶ୍ରମ, ଉନ୍ନତ ଜ୍ଞାନକୌଶଳ ଯୋଗୁଁ ରିତିମତମାଓ କାର୍ଯ୍ୟକଳାପ ଉପରେ ତର୍କ ନଜର ରଖି-କମ୍ବିଙ୍ଗ କରି ମାଓକ୍ୟାମ୍ପଗୁଡିକ
ଧୂସ୍ତ କରାଯାଉଥିବା ଫଳରେ ମାଓ ସଂଗଠନ ଦୁର୍ବଳ ହୋଇପଡିଛି।
କ ନ୍ଧମାଳଜିଲ୍ଲା ଯେପରି ସଂପୂର୍ଣ୍ଣ ଭାବେ ମାଓ ମୁକ୍ତ ହୋଇପାରିବ ସେଥିପ୍ରତି ନିଷ୍ଠା ଓ ଆନ୍ତରିକତା ରସହ କାର୍ଯ୍ୟ କରିବାଲାଗି ଡିଜିପି ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତଦାସ .ଆଇଜି ଅପରେସନ ଅମିତାଭ ଠାକୁର..ଡିଆଇଜି ଦକ୍ଷିଣାଞ୍ଚଳ ଅନିରୁଦ୍ଧ ସିଂ, ଏସପି କନ୍ଧମାଳ ବି ନିତ ଅଗ୍ରୱାଲ, ଏସଡିପିଓ ବାଲିଗୁଡ଼ା ମନୋଜ ପୁଜାରି, ଅଭିନବ ଶଙ୍କର ଆଇପିଏସ . ଆନନ୍ଦ ଝା୧୨୭ସିଆରପିଏଫ ବାଟାଲିୟନ ବାଲିଗୁଡ଼ା ବେଲଘର ଥାନା ଅଧିକାରୀ ଦୀପକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































