ଜଗତସିଂହପୁର ପ୍ରଧାନ ଡାକ ଘରେ ଜାତୀୟ ଡାକ ସପ୍ତାହ ପାଳନ ଏବଂ ଲୋକଙ୍କୁ ବିଭିନ୍ନ ଡାକ ସେବା ଓ ସଚେତନତା କାର୍ଯ୍ୟକ୍ରମ
ଜଗତସିଂହପୁର(ଅମୃତ ନନ୍ଦ)୧୪/୦୭:କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷ୍ୟରୁ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କ ଅଧକ୍ଷ୍ୟତାରେ ଜାତୀୟ ଡାକ ଦିବସ ସହ “ଆଜ଼ାଦି କା ଅମ୍ରିତ ମହୋତ୍ସବ” ପାଳନ ହୋଇଯାଇଛି| ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଚଳିତ ଅକ୍ଟୋବର ମାସର ୯ ତାରିଖ ଦିନକୁ ଜାତୀୟ ଡାକ ସେବା ଦିବସ ଭାବେ ପାଳନ କରା ଯାଉଥିବା ବେଳେ ଏହି ଦିନ ଠାରୁ ଜାତୀୟ ଡାକ ସପ୍ତାହ ମଧ୍ୟ ପାଳନ କରା ଯାଉଛି,ଏହା ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥାଏ ।
ଏ ସମ୍ପର୍କରେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର କହିଛନ୍ତି ମୁଖ୍ୟତଃ ଭାବେ ଜନସାଧାରଣଙ୍କୁ ଡାକସେବା ସହ ସାମିଲ କରିବା ଏବଂ ଡାକ ବିଭାଗ’ର ବିଭିନ୍ନ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ଜନ-ସଚେତନତା ସୃଷ୍ଟି କରିବା ହେଉଛି, ଡାକ ଦିବସ ଓ ଡାକ ସପ୍ତାହ ପାଳନ’ର ମୁଖ୍ୟ ଉଦ୍ଦେଶ୍ୟ ।ବତ୍ତର୍ମାନ ଇ-କମର୍ସ, ଇ-ମେଲ୍, ହ୍ୱାଟସପ୍, ଟେଲିଗ୍ରାମ ଯୁଗ ସହ ତାଳ ଦେଉଛି ଡାକଘର । ଡାକ ବ୍ୟବସ୍ଥା ଉଭା ହୋଇଛି ନୂଆ ରୂପରେ । ବ୍ୟାଙ୍କିଙ୍ଗର ନୂଆ ଫର୍ଦ୍ଧ ସହ ଇନସ୍ୟୁରାନ୍ସ କ୍ଷେତ୍ରରେ ବି ପ୍ରବେଶ କରିଛି । ଯାହାଫଳରେ ଏହାର ଚାହିଦା କମିବା ପରିବର୍ତ୍ତେ ବହୁ ପରିମାଣରେ ବଢ଼ିଯାଇଛି ।ବର୍ତ୍ତମାନ’ର ଇଣ୍ଟରନେଟ , ହ୍ବାଟଶାପ ଓ ଇ-ମେଲ ଯୁଗରେ ମଧ୍ୟ ନିଜର ବିଶ୍ବାସନୀୟତା ଯୋଗୁଁ ଡାକଘର ତାର ସ୍ବାତନ୍ତ୍ର୍ୟତା ବଜାୟ ରଖିବା ସହ ଆବଶ୍ୟକତା ସମୟ ସହ ତାଳ ଦେଇ ଆଗେଇ ଚାଲିଛି । ଏମିତିକି, ଇଣ୍ଟରନେଟ’କୁ ବ୍ୟବହାର କରି ଡାକସେବକମାନେ ଲୋକଙ୍କ ଦୁଆର ମୁହଁରେ ଡାକ ବିଭାଗ’ର ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ।ସରକାର’ଙ୍କ ବିଭିନ୍ନ ପ୍ରକାର’ର ଜନକଲ୍ୟାଣକାରୀ ଯୋଜନା ଯଥା ନୂତନ ଆଧାର କାର୍ଡ ପଞ୍ଜିକରଣ ଓ ସଂଶୋଧନ,ଡାକ ଜୀବନ ବୀମା,ଓ ସଞ୍ଚୟର ବିଭିନ୍ନ ସ୍କିମ ପ୍ରଭୃତିରେ ମୁଖ୍ୟତଃ ଭାବେ ଗ୍ରାମାଞ୍ଚଳ’ର ହିତାଧ୍ୟାକାରୀ ମାନେ ଡାକଘର ଜରିଆରେ ଅତି ନିକଟରେ ଓ ସହଜରେ ଆର୍ଥିକ ସେବା ସହିତ ଅନେକ ପ୍ରକାର’ର ଡାକସେବା ପାଇ ବିଶେଷ ଉପକୃତ ହୋଇପାରୁଛନ୍ତି ।ଆଜିର ସମୟରେ ଡାକ ବିଭାଗ ପକ୍ଷରୁ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବ୍ୟବସ୍ଥା କରାଯାଇ ତାର ଜରିଆରେ ଲୋକଙ୍କୁ ବିଭିନ୍ନ ପ୍ରକାର’ର ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉଛି । ବର୍ତ୍ତମାନ କୋଭିଡ-୧୯ ମହାମାରୀ ସମୟରେ ଡାକ କର୍ମଚାରୀ ମାନେ ନିଷ୍ଠାର ସହିତ ନିଜର କାମ ତୁଲାଇ ଆସୁଛନ୍ତି।
ଏହି ଜାତୀୟ ଡାକ ସପ୍ତାହ ପାଳନ ଅବସର’ରେ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଏକ ମୋବାଇଲ ଭ୍ୟାନ ଦ୍ୱାରା ଲୋକମାନଙ୍କୁ ଡାକ ବିଭାଗ’ର ବିଭିନ୍ନ ସେବା କାର୍ଯ୍ୟକ୍ରମ ଉପରେ ସଚେତନତା କରିବା ସହ ଲିଫଲେଟ ବଣ୍ଟନ କରାଯାଇଥିଲା । ଗ୍ରାମାଞ୍ଚଳ ଓ ସହରାଞ୍ଚଳ’ରେ ମଧ୍ୟ ଉପଡାକଘର ଓ ଶାଖାଡାକଘର ମାଧ୍ୟମରେ ବିଭିନ୍ନ ପ୍ରକାର’ ଡାକସେବା ଯୋଗାଇ ଦିଆଯିବା ସହିତ ଜଗତସିଂହପୁର ପ୍ରଧାନ ଡାକଘରକୁ ସୁସଜ୍ଜିତ କରିବା ସହ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ସାହୁ ଓ ସମସ୍ତ କର୍ମଚାରୀ ବୃନ୍ଦ ଡାକଘର ପରିସର ସଫାସୁତୁରା କରି ନୂତନ ବୃକ୍ଷ ରୋପଣ କରିଥିଲେ ।ପୋଷ୍ଟ ଅଫିସ କୁ ଆସୁଥିବା ସମସ୍ତ ଜନସାଧାରଣମାନଙ୍କୁ ପୋଷ୍ଟ ଅଫିସର ବିଭିନ୍ନ ସ୍କିମ,ସୁବିଧା ସୁଯୋଗ ବିଷୟରେ ଜଣାଇବା ସହ କୋଭିଡ ନିୟମ ଉପରେ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଅବଗତ କରାଇଥିଲେ |
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































