ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ରେ ଦଶହରା ପୂଜା ପାଳିତ
ଫୁଲବାଣୀ (ସୁନୀଲ ପଟନାୟକ )
ଆଜି ପବିତ୍ର ଦଶହରା ପୂଜା ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲା ରେ ଶାନ୍ତି ଶୃଙ୍ଖଳା ରସହ କୋଭିଡ ଗାଇଡ଼ ଲାଇନ ମାନି ଅନୁଷ୍ଠିତ ହୋଇଛି l
ଫୁଲବାଣୀ ର ବିଦ୍ୟୁତବିଭାଗ, ମା ଦି କୁଣ୍ଡା ଛକ, ବସ ଷ୍ଟାଣ୍ଡ, ଆଦି ବିଭିନ୍ନ ସ୍ଥାନ ରେ ନିରାଡ଼ମ୍ବର ଭାବେ ରୀତି ନୀତି ପ୍ରକାରେ ପୂଜା ଅର୍ଚନା ହୋଇଥିବା ଦେଖିବାକୁମିଳିଥିଲା l
ପରଦା ଆଢ଼ୁ ଆଳ ରେ ଦେବୀ ଦୁର୍ଗା ପୂଜା ପାଇଥିଲେ l କେବଳ କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ପୂଜାପାଠ ଚାଲିଛି l
ଭକ୍ତ ଙ୍କୁ ଦର୍ଶନ ବାରଣ କରାଯଇଥିଲା ତେବେ ପୋଲିସ ଉପସ୍ଥିତି ରେ ସୁବିଧା ଦେଖି ଜଣ ଜଣ କରି ଭକ୍ତ ଙ୍କୁ ଦର୍ଶନ ପାଇଁ ଛଡାଯାଇଥିଲା l
ସେହିପରି ବଳାସକୁମ୍ପା ରେ ମା ବରାଳ ଦେବୀ ନବମୀ ପୂଜା ଓ ଯାତ୍ରା ବି କୋରାନା କଟକଣା କୁ ଦ୍ରୁଷ୍ଟି ରେ ରଖି କମ ସଂଖ୍ୟକ ଭକ୍ତ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା l
ତେବେ ଦଶହରା ବଜ଼ାର ପ୍ରବଳ ଭିଡ ହୋଇଥିଲାl ନା ଥିଲା ଲୋକଙ୍କ ମୁହଁ ରେ ଥିଲା ମାସ୍କ ନା ସାମାଜିକ ଦୂରତାl
ଫଳରେ କରନା ସଂକ୍ରମଣ କିଛି ମାସ ହେଲେ କମିଯାଇଥିବାବେଳେ ଏବେ ପୁଣି ସଂକ୍ରମଣ ବଢିବା ଆଶଙ୍କା ରହିଛି l ପୋଲିସ ପ୍ରଶାସନ ପକ୍ଷରୁ ରୀତିମତ ପୂର୍ବ ପରି ଚଢ଼ାଉ ହେଉନଥିବା ଫଳରେ ଲୋକେ ଅମାନିଆ ହୋଇ ଗହଳି କରି ବୁଲୁ ଥିବା ଦେଖିବାକୁ ମିଳୁଛି ll ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ସତର୍କ ଦ୍ରୁଷ୍ଟି ଦେବାଲାଗି ସ୍ଥାନୀୟ ବୁଦ୍ଧିଜୀବି, ଜନସାଧାରଣ ଦାବୀ କରିଛନ୍ତି l
        
            
 Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































