ବିଜେପିରୁ ୪୧ ଜଣ କର୍ମୀ ଆସି ବିଜେଡି ରେ ମିଶିଲେ
କାମାକ୍ଷାନଗର-ପରଜଙ୍ଗ ୫୮ ନିର୍ବାଚନ ମଣ୍ଡଳୀ କଣ୍ଟାପାଳ ଗ୍ରାମପଞ୍ଚାୟତର ୬ନଂ ଓ୍ବାର୍ଡର ଆଜି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏହି ମିଶ୍ରଣ ପର୍ବରେ ବିଜେପିରୁ ଆସି ୪୧ ଜଣ ସଦସ୍ୟ ବିଜେଡିରେ ମିଶିଲେ |ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳ ସଭାପତି କଣ୍ଟାପାଳ ଗ୍ରାମପଞ୍ଚାୟତ ଭ୍ରମରବର ଶାସମଲ ସମସ୍ତ ୪୧ଜଣ କର୍ମୀଙ୍କୁ ସ୍ବାଗତ କରିଥିଲେ |ଆଗାମି ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନରେ ବିଜେଡି କଣ୍ଟାପାଳ ପଞ୍ଚାୟତରେ କେମିତି ଭଲ ପର୍ଦଶନ କରିବ ତାଉପରେ ଆଲୋଚନା କରିଥିଲେ ,ଏବଂ ନବୀନ ପଟ୍ଟନାୟକ ଲୋକାଭିମୁଖି କାର୍ଯ୍ୟକୁ ଲୋକମାନଙ୍କୁ ଅବଗତି କରିଥିଲେ ଏବଂ ଏଥିରେ ବିଜୁଜନତା ଦଳର ବ୍ଲକ ଯୁବବାହାନିର ସୁମିଲ ମହାଖୁଡ ,ବିଜୁଜନତା ଦଳର କର୍ମୀ ବିଜୟ କୁମାର ଦେହୁରୀ,ମକୁନ୍ଦ ସାହୁ ,ଅନିଲ ଶାସମଲ ,ଜୌତି ରଞ୍ଜନ ଶାସମଲ ,ବୁବୁ ସାହୁ ,ହଦ ବିଶ୍ବାଳ ,ଖଣ୍ଡିଆ ବିଶ୍ବାଳ,ଚେରୁଆ ମହାପାତ୍ର, ସୁଲି ମହାପାତ୍ର,ଯୋଗଦାନ କରିଥିଲେ |
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































