ଆଠଗଡ଼ ଖଣ୍ଡ ଅନ୍ତର୍ଗତ ଗୋପୀନାଥପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ
ଆଠଗଡ, ନବମୀ ତିଥିରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଆଠଗଡ଼ ଖଣ୍ଡ ତରଫରୁ ଗୋପୀନାଥପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ପ୍ରାଙ୍ଗଣରେ “ବିଜୟା ଦଶମୀ ଉତ୍ସବ”ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱୟଂସେବକମାନଙ୍କ ଦ୍ଵାରା ଶାରୀରିକ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ବ୍ୟାୟାମ ୟୋଗ, ସୂର୍ଯ୍ୟ ନମସ୍କାର ଇତ୍ୟାଦି । ପରେପରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ହୋଇଥିଲା ।ତତପଶ୍ଚାତ୍ ଆଠଗଡ଼ ଖଣ୍ଡ କାର୍ଯ୍ୟବାହ ତ୍ରୀଲୋଚନ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ସଂଘର ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କଟକ ଜିଲ୍ଲା ମୁଖ୍ୟ ମାର୍ଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ବୈ।ଦ୍ଧିକ ପ୍ରଦାନ କରିଥିଲେ । ସଂଘକୁ ଆଜି ୯୬ ବର୍ଷ ପୂରିଯାଇଥିବା ବେଳେ ମଧ୍ୟ ସଂଘର କାର୍ଯ୍ୟ ଅହରହ ଚାଲିଆସୁଅଛି । ଭାରତକୁ ବିଶ୍ୱ ଗୁରୁ ଆସନରେ ଆସୀତ କରିବାପାଇଁ ଆମକୁ ଆଗକୁ ଅଧିକ ସମୟ ଦେଇ ସମାଜ କାମ କରିବା ପାଇଁ ହେବ । ବିଶ୍ବର ସର୍ବବୃହତ୍ତ ଅଣରାଜନୈତିକ ସଂଗଠନ ହିସାବରେ ସଂଘ ଆଜି ସମାଜର ସବୁ ବର୍ଗର ଲୋକମାନଙ୍କୁ ଯୋଡିବାର ପ୍ରୟାସ ଜାରି ରଖିଛି । ଏଥିପାଇଁ ଆମ ସମସ୍ତଙ୍କୁ ଦେଶହିତ ପାଇଁ ସଦା ସର୍ବଦା ଚିନ୍ତା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲାର ଜିଲ୍ଲା କାର୍ଯ୍ୟବାହ ବିଚିତ୍ରାନନ୍ଦ ବେଉରା, ଜିଲ୍ଲା ପ୍ରଚାର ପ୍ରମୁଖ ଅଂଶୁମାନ ମହାପାତ୍ର, ଆଠଗଡ଼ ଖଣ୍ଡ ଶାରୀରିକ ପ୍ରମୁଖ ଜଗନ୍ନାଥ ପଣ୍ଡା, ବ୍ୟବସ୍ଥା ପ୍ରମୁଖ ସୁବାଷ ଚନ୍ଦ୍ର ମୁଦୁଲି, ନଚିକେତା ପରମାଣିକ, ପୀତବାସ କରଣ ପ୍ରଭୁତି ଉପସ୍ଥିତ ଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































