ଅନାଥ ଦୁଇ ଭଉଣୀ ଙ୍କ ସହାୟତା ର ହାତ ବଢ଼ାଇଲା ଟିମ ହୁମାନୀଟି
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲlଫିରିଙ୍ଗିଆ ବ୍ଲକ୍ ପାଙ୍ଗା ଉପରସାହି ପଞ୍ଚାୟତ ର ତଳମାଲା ଗ୍ରାମର ଦୁଇ ଭଉଣୀ କାଞ୍ଚନା ଓ ରଚନା ଦିଗାଲ ।
ଚାରି ବର୍ଷ ହେବ ବାପାଙ୍କୁ ହରେଇ ଥିବା ବେଳେ ବର୍ଷେ ହେଲେ ମା ବି ଘର ଛାଡ଼ି କୁଆଡେ଼ ନିଖୋଜ ହେଇଯାଇଛନ୍ତି l ଚାରିଆଡେ ମା କୁ ଖୋଜିଖୋଜି ନୟାନ୍ତ ହୋଇଗଲେଣି ହେଲେ ସେ ଜୀବିତ କି ମୃତ ଏଯାଏଁ କୌଣସି ପତ୍ତା ମିଲୁନିl
ଏଭଳି ଦୁର୍ଦ୍ଦଶା ବିଭିନ୍ନ ସମ୍ବାଦପତ୍ର ରେ ପ୍ରକାଶିତ ହେବା ପରେ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ସଦସ୍ୟା ମାନେ ପାଙ୍ଗl ଉପରସାହି ପଂଚାୟତ ର ତଳମାଲା ଯାଇ ସେହି ନିରୀହ ଦୁଇ ଭଉଣୀ ଙ୍କ ପାଖରେ ପହଞ୍ଚି ବର୍ତମାନ ର ଅବସ୍ଥା ଉପରେ ଆଲୋଚନା କରିଥିଲେ। ଅସହାୟଅବସ୍ଥା ରେ ଥିବା ଏହି ଦୁଇ ଭଉଣୀ ମାନଙ୍କର ଭବିଷ୍ୟତ ତଥା ସୁସ୍ଥ ଜୀବନଯାପନ ପାଇଁ
ବନ୍ଦୋବସ୍ତ କରିବା ଉଦ୍ଦେଶ୍ୟରେ ବୁଝାସୁଝା କରି କିଛି ଶୁଖିଲା ଖାଦ୍ୟ ପଦାର୍ଥ ଏବଂ କିଛି ଅର୍ଥ ରାଶି ସହାୟତା କରି ଭବିଷ୍ୟତ ସାହାଯ୍ୟ ପାଇଁ ମଧ୍ୟ ଆଶ୍ଵାସନା ଦେଇ ଫେରିଛନ୍ତି ବୋଲି ଟିମ୍ ଆବାହକ ଭି. ଲୋକନାଥ ରାଜୁ ଜଣାଇଛନ୍ତିl
ଟିମ ହୁମାନୀଟି ର ଏଭଳିମହତ କାର୍ଯ୍ୟ ପାଇଁ ତଳ ମାଲା ଗ୍ରାମବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































