ଜଡିବୁଟି ଔଷଧ ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଜଣେ ଅଟକ
ଫୁଲବାଣୀ-(ସୁନୀଲପଟନାୟକ)
ଆପଣ କୌଣସି ରୋଗରେ ପିଡିତ ହୋଇଛନ୍ତି କି? ଆଉ ଏଥିରୁ ଭଲ ହେବାପାଇଁ କିଛି ଜଡ଼ି ବୁଟି ଔଷଧ ସେବନ କରୁଛନ୍ତି ବା ସେବନ କରିବାଲାଗି ଚ।ହୁଁଛୁନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ, ତେବେ ସାବଧାନ!
ଆପଣ Oକେଇର ଶୀକାର ହୋଇପାରନ୍ତି ।
ଜଡିବୁଟି ଔଷଧ ଦେବା ଲାଗି କହି ଫୁଲ ବାଣୀ ସହରର ଜଣେ ଜଣାଶୁଣା ଶିକ୍ଷିତ ବ୍ୟକ୍ତିଙ୍କଠାରୁ ୩ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ କରି ନେଇଥିବା ଫୁଲ ବାଣୀ ଟାଉନଥାନାରେ ଅଭିଯୋଗ ହେବା ପରେ ପୋଲିସ ସୁନୀଲ ନାମକଜଣେ ଜଡିବୁଟି ବ୍ୟବସାୟୀ କୁ ଅଟକ ରଖି ପଚରାଉଚୁରା କରୁଛି । ତାର ଟାଟା ସୁମୋ ଗାଡିକୁ ମଧ୍ୟ ଜବତ କରିଛି ।
ସୂଚନାଯୋଗ୍ୟ କଲେଜଛକ ନିକଟରେ ରାସ୍ତା କଡରେ ପସରା ମେଲାଇଜଡିବୁଟି ବିକ୍ରି କରୁଥିବା ସୁନୀଲ ଙ୍କଠାରୁ ନିଜ ରୋଗ ସମ୍ବନ୍ଧରେ ବର୍ଣ୍ଣନା କରି ପ୍ରଥମେ କିଛି ଔଷଧ ଖାଇଥିଲେ । ଖାଇବା ପରେ ଭଲ ଲାଗିବା ଫଳରେ ବ୍ୟକ୍ତି ଜଣକ ଆଉ ଅଧିକ ଦିନ ଖାଇବା ଲାଗି ଔଷଧ କିଣିବା ପାଇଁ ଚାହିଁଥିଲେ ।ତେ 6ବ ସେହି ଔଷଧ ର ଷ୍ଟକ ତାଙ୍କ ପାଖରେ ନ ଥିବା କହି ମଗାଇଦେବାକୁ କହି ଦୁଇ ତିନିଟି ପ୍ରର୍ଯ୍ୟାୟରେ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ନେଇ ଔଷଧ ନ ଦେଇ ଜଡିବୁଟି ବ୍ୟବସାୟୀ ଜଣଙ୍କ ଏଠାରୁ ଟେଣ୍ଟ ଉଠାଇ ଲୁଚି ପଳାଇ ଥିଲେ । ବ୍ୟକ୍ତି ଜଣଙ୍କ ତାଙ୍କୁ ଖୋଜାଖୋଜି କରି ନ ପାଇବା ଫଳରେ ଶେଷରେ ନିରାଶ ହୋଇ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସେ ଦେଇଥିବା ଫୋନ ନମ୍ବରରେ ପ୍ରଥମେ
ପୋଲିସ ଗ୍ରାହକ ସାଜି ଫୋନ କରିବାରୁ ସେ ରାଉରକେଲାରେ ବର୍ତ୍ତମାନ ଥିବା କହିଥିଲେ । ତେବେ ତାଙ୍କ ଫୋନ ଲୋକେସନ କିନ୍ତୁ ଭବାନିପାଟଣା ଅଞ୍ଚଳ ଦେଖାଇବା ଫଳରେ ଫୁଲ ବାଣୀ ପୋଲିସ ଭବାନିପାଟଣା ପୋଲିସକୁ ଜଣାଇବା ପରେ ଭବାନିପାଟଣା ପୋଲିସ ଜଡିବୁଟି ବ୍ୟବସାୟୀ ସୁନୀଲକୁ ଥାନାକୁ ଆଣି ରଖିଥିଲା ଆଉ ଫୁଲବାଣୀ ପୋଲିସ ଭବାନିପାଟଣା ଯାଇ ଏଠାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି ।
ତେବେ ବିଭିନ୍ନ ସମୟରେ ରାଜସ୍ଥାନ,ଗୁଜରାଟ, କଲିକତାଆଦି ବାହାର ରାଜ୍ୟରୁ ଜଡିବୁଟି ବ୍ୟବସାୟୀମାନେ ଏଠାକୁ ରିତିମତ ଆସି ଔଷଧ ନାରେ ନିରିହ ଲୋକମାନଙ୍କୁ ଠକୁଥିବା ଅଭିଯୋଗ ହେଉଛି ।
ଲୋକେ ବି ସେମାନଙ୍କ କଥାରେ ବଶ ବର୍ତ୍ତୀ ହୋଇ ଠକାମୀର ଶୀକାର ହେଉଛନ୍ତି ଆଉ ଲୋକଲଜ୍ୟାରେ କାହାରିକୁ ନ କହି ଚୁପ ରହୁଛନ୍ତି ।
ଏଣୁ କିଛି ନ ବୁଝି ନଶୁଝି ବାହାରର ବୁଲା ବିକାଳୀମାନଙ୍କଠାରୁ ଔଷଧ ନ କିଣିବା ଲାଗି ପର।ମର୍ଶ ଦେଇଛି ପୋଲିସ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































