ବରଗଡ଼ ରେଳ ଷ୍ଟେସନ ସମାସ୍ୟାର ସମାଧାନ ପାଇଁ ରେଳ କତ୍ତୃପକ୍ଷ ଙ୍କୁ ଭେଟିଲେ ଭାଜପା ପ୍ରତିନିଧି
ବରଗଡ଼ ୨୧/୧୦
ବରଗଡ଼ ରୋଡ଼ ରେଳଷ୍ଟେସନ ରେ ଲାଗି ରହିଥିବା ବହୁବିଧ ସମସ୍ୟା ର ସମାଧାନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରେଳବାଇ କତ୍ତୃପକ୍ଷ ଙ୍କୁ ଭେଟିଛନ୍ତି। ବରଗଡ଼ ଜିଲ୍ଲା ଭାଜପା ର ପ୍ରତିନିଧି ମାନେ ସମ୍ବଲପୁର ସ୍ଥିତ ସମ୍ବଲପୁର ରେଳ ଡିଭିଜନ ଅଫିସ ରେ ଇଷ୍ଟକୋଷ ରେଳ ର ମହା ପ୍ରବନ୍ଧକ ବିଦ୍ୟା ଭୂଷଣ ଏବଂ ସମ୍ବଲପୁର ଡିଭିଜନ ର ପ୍ରବନ୍ଧକ ପ୍ରଦୀପ କୁମାର ଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବରପାଲି ରୁ ସମ୍ବଲପୁର ମଧ୍ୟରେ ରେଳ ଲାଇନ ଦୋହରିକରଣ କାର୍ଯ୍ୟ କୁ ଶିଘ୍ର ସମ୍ପୁର୍ଣ୍ଣ କରିବା, ବରଗଡ଼ ରୋଡ଼ ରେଳଷ୍ଟେସନ ରୁ ପ୍ରତି ବର୍ଷ ଡିଭିଜନ ସବୁଠାରୁ ଅଧିକ ରାଜସ୍ବ ଲାଭ କରୁଥିଲେ ମଧ୍ୟ ଷ୍ଟେସନ ର ଉନ୍ନତି ପ୍ରତି ଦୃଷ୍ଟି ଦିଆନଯିବା, ବରଗଡ଼-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ ଆରମ୍ଭ କରିବା,୨ ନମ୍ବର ପ୍ଲାଟଫର୍ମ ର ଛାଉଣୀ ଏକ୍ସଟେନସନ କାର୍ଯ୍ୟ ଶିଘ୍ର ଶେଷ କରିବା, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ ରହଣୀ, ଅତାବିରା ଠାରେ ବକାରୋ ଆଲାପୁଜା ଟ୍ରେନ ରହଣୀ, ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଶିଘ୍ର ଲିଫ୍ଟ ବ୍ୟବସ୍ଥା ବ୍ୟବସ୍ଥା କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଏସମ୍ପର୍କରେ ଏକ ଦାବି ପତ୍ର ରେଳ ମହା ପ୍ରବନ୍ଧକ ବିଦ୍ୟା ଭୂଷଣ ଙ୍କୁ ପ୍ରତିନିଧି ମଣ୍ଡଳୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା। ରେଳ କତ୍ତୃପକ୍ଷ ଦାବି ଗୁଡ଼ିକ ଉପରେ ବିଚାର କରି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିନିଧି ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ,ପ୍ରୀତମ ସିଂ,ଡି ମୁରଲି କ୍ରିଷ୍ଣା, ରବିନାରାୟଣ ଦାଶ ପ୍ରମୁଖ ରହିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































