ତିଲୋରୀ ପଞ୍ଚାୟତବାସୀଙ୍କ ଦୁଃଖ ଦୁର ହେବ କେବେ ? ନଦୀପାର ପାଇଁ କାଠଗଣ୍ଡି ଭରସା
ଫୁଲବାଣୀ-୨୩/୧୦ସରକାର ଗ୍ରାମାଞ୍ଚଳର ଲୋକମାନଙ୍କଗମନାଗମନ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଥିବା କଥା କହୁଥିଲେ ମଧ୍ୟ ପ୍ରକୃତ ପକ୍ଷେ ଗ୍ରାମାଞ୍ଚଳର ଲୋକେ କିଭଳି ଜୀବନ ଜିଉଁଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ତିଲୋରୀ ପଞ୍ଚାୟତ ର ସୁନା ପାଙ୍ଗା ଗ୍ରାମକୁ ଗଲେ ଜାଣିହେବ ।
ତିଲୋରି ପଞ୍ଚାୟତ୧୧ନମ୍ବର ୱ।ର୍ଡରେ ଅବସ୍ଥିତ ସୁନା ପାଙ୍ଗା ଗ୍ରାମ। ହେଲେ ଖରା ଦିନ ଯେମିତି ସେମିତି ଚଳିଯାଉଥିବାବେଳେ ବର୍ଷାଦିନ ଆସିଲେ କଥା ସରିଲା ।
ବର୍ଷାଦିନରେ ଖଡ଼ଗ ନଦୀରେ କମପାଣିରେଦୁଇଟି ସ୍ଥାନରେ ୨ଟି ଲେଖାଁଏକାଠଗଣ୍ଡି ପକାଇ ବିପଦ ସଙ୍କୁଳ ଅବସ୍ଥାରେ ଯାଆ ସ କରନ୍ତି । ସେହିପରି ଅଧିକ ପାଣି ଆସିଲେ ଅନ୍ୟ ସ୍ଥାନରେ ନଦୀର ଉଭୟ ପାର୍ଶ୍ଵରେ ଥିବା ୨ଟି ବଡ଼ ବଡ଼ ଗଛ ରେ ବିଦ୍ୟୁତ ତାର କୁ ବାନ୍ଧି ସେଥିରେ ଜୀବନକୁ ବାଜି ଲଗାଇ ସମସ୍ତେ ଯା ଆସ କରୁଛନ୍ତି ।ଗତବର୍ଷ ଏଭଳି ଯା ଆସ ବେଳେ ବିଶିକେସନନା ଏକ ନାମକ ଜଣେ ବୟସ୍କ ବ୍ୟକ୍ତି ଖସିପଡିନଦୀରେ ଭାସିଯାଇଥିଲେ।, ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଲୋକଙ୍କଜୀବନ ଗଲେ ମଧ୍ୟ ସରକାର ନା ପ୍ରଶାସନ କାହାର ବି ଚେତା ପଶୁନି ।’ ସ୍ଵାଧୀନତାର ୭୪ ବର୍ଷ ପରେ ବି ବିକାଶର ଚିହ୍ନବର୍ଣ୍ଣନାହିଁ ।ପୋଲଟିଏ ନିର୍ମାଣ ପାଇଁ ବାରମ୍ଵାର ଦାବୀ କରୁଥିଲେ ମଧ୍ୟ ପ୍ରଶାସନ କି ସରକାର ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମର ଅଜୟ ନା ଏକ ଜାନକୀ ନାଏକ କହିଛନ୍ତି ।
ଏନେଇ ବିଡିଓଙ୍କୁ ପଚାରିବାରେ ସେ କୌଣସି ମତାମତ ଦେଇ ନ ଥିବା ବେଳେ ବିଧାୟକଙ୍କୁ ପଚାରିବାରେ ସେ ଭରସା ଦେଇଛନ୍ତି କିଛି ଗୋଟାଏ ବ୍ୟବସ୍ଥା କରିବେ।
ଦେଖିବାକୁ ବାକି ରହିଲା, କେବେ ପ୍ରଶାସନ ଓ ସରକାର ତିଲୋରୀ ପଞ୍ଚାୟତ ବାସୀଙ୍କ ଗମନାଗମନର ବ୍ୟବସ୍ଥା ପାଇଁ ସ୍ଥାୟୀ ପୋଲ ନିର୍ମାଣ କରୁଛି, ତିଲୋରୀବାସୀ ନିବେଦନ କରିଛନ୍ତି ରାଜ୍ୟସରକାର ଦେଖନ୍ତୁ ଛୋଟ ଗାଁ ଟିଏ ହେଲେ ବି ଏଠାକାର ହଜାରେ ଗ୍ରାମବାସୀ କେମିତି ସମସ୍ୟାରେ ଅଛନ୍ତି । ଦେଖନ୍ତୁ ଆଉ ଶିଘ୍ରସମସ୍ୟାର ବାଟ ବାହାର କରନ୍ତୁ।
ତିଲୋରି ଛୋଟିଆ ଗାଁ ଟିଏ ହେଲେ ବି ହଜାରେ ପାଖାପାଖି ଲୋକେ ଏଠି ବସବାସ କରୁଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































