ଶୀତଳ ଭଣ୍ଡାର ଉପରେ କାୟା ମେଲାଇଛି ବର ଓ ଓସ୍ତଗଛ
ଆମ ଆଠଗଡ ଶୀତଳ ଭଣ୍ଡାର,ଗତ ୩୧ ବର୍ଷ ଧରି କାୟା ବିସ୍ତାର କରି ଚାଲିଛି।ରାଜନୀତିରେ ଯେମିତି ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାୟା ବିସ୍ତାର କରି ଚାଲିଛନ୍ତି ସେହିପରି ଆଠଗଡ ଶୀତଳ ଭଣ୍ଡାର ଉପରେ ଥିବା ବର ଓ ଓସ୍ତ ଗଛ ମଧ୍ୟ ସେହିପରି କାୟା ବିସ୍ତାର କରି ଚାଲିଛନ୍ତି।ଏହି ବରଗଛ ଓ ଓସ୍ତଗଛ ଉପରେ ପୁରା ନଜର ରଖିଛନ୍ତି ଆଠଗଡ ବିଧାୟକ।ଏହି ଦୁଇଗଛ ଯେତେ ବଢ଼ୁଥିବ ସେହି ପରିମାଣରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ରାଜନୈତିକ ଜୀବନ ସେହିପରି ବଢ଼ିବଢ଼ି ଚାଲିଥିବ।ସାଧାରଣ ଲୋକଙ୍କର ବରଗଛ ଓ ଓସ୍ତଗଛ ଉପରେ ପୁରା ବିଶ୍ୱାସ ରହିଛି।ସାଧାରଣ ଜନତା ମଧ୍ୟ ବରଗଛ ଓ ଓସ୍ତଗଛ ସହିତ ବିବାହ କରିବାର ପ୍ରଥା ମଧ୍ୟ ରହିଛି।ହିନ୍ଦୁମାନେ ଏହି ଦୁଇଗଛକୁ ଭାରି ମାନନ୍ତି,ଯେଉଁ ମାନଙ୍କର ପିଲାପିଲି ନ ହୁଏ ସେହି ଦମ୍ପତି ବରଗଛ ସହିତ ଓସ୍ତଗଛ ର ବିଭାଘର କରିଥାନ୍ତି।ହିନ୍ଦୁ ରୀତିନୀତି ଅନୁଯାୟୀ ବନ୍ଧୁବାନ୍ଧବ ଲୋଡ଼ା ଯାଇ ଥାଏ,ବର ଘର ତରଫରୁ କନ୍ୟା ପିତା ମଧ୍ୟ ଖୋଜା ଯାଇଥାଏ।ବରପିତା ଓ କନ୍ୟାପିତା ମିଳିତ ଭାବେ ବରଗଛ ସହିତ ଓସ୍ତଗଛ କୁ ବିଭାଘର କରିଥାନ୍ତି।ଏହି ପ୍ରଥା କାହିଁ କେଉଁ କାଳରୁ ଚାଲି ଆସିଛି।ହେଲେ
ଆଠଗଡ ରେ ଟିକେ ନିଆରା ପରମ୍ପରା ରହିଛି।ଯୋଉ ସ୍ଥାନରେ ବରଗଛ ଓ ଓସ୍ତଗଛ ରହିଛି ସେହି ସ୍ଥାନ ହେଉଛି ଆଠଗଡ ର ଶୀତଳ ଭଣ୍ଡାର।ଶୀତଳ ଭଣ୍ଡାର ଟି ୧୯୮୫ ମସିହାରେ ତତ୍କାଳୀନ ଆଠଗଡ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହାକୁ ଆଠଗଡ ବାସୀଙ୍କ ଉଦେଶ୍ୟରେ ଲୋକାର୍ପଣ କରିଥିଲେ।କିଛିବର୍ଷ ଶୀତଳ ଭଣ୍ଡାର ଭଲରେ ଚାଲିବା ପରେ ୧୯୯୦ ରେ ସରକାର ପରିବର୍ତନ ହୋଇଥିଲା ଆଉ ଆଠଗଡ ଆକାଶରେ ଦୁର୍ଭାଗ୍ୟ ମାଡି ଆସିଥିଲା।ଶୀତଳ ଭଣ୍ଡାର ରଣେନ୍ଦ୍ର ଙ୍କ ବିଧାୟକ ସମୟରେ ବନ୍ଦ ହୋଇଗଲା।ଆଉ ସେବେ ଠାରୁ ଗତ ୩୧ ବର୍ଷ ଧରି ରଣେନ୍ଦ୍ର ଯେମିତି ନିଜ ରାଜନୈତିକ କ୍ୟାରିୟର କୁ ବଢ଼ାଇ ବଂଶବାଦ ରାଜନୀତି ଆଡକୁ ଆଠଗଡ ରାଜନୀତିକୁ ନେଲେଣି ସେହିପରି ଶୀତଳ ଭଣ୍ଡାର ଉପରେ ବଢୁଥିବା ବରଗଛ ଓ ଓସ୍ତଗଛ ସେହିପରି ବିନା ସାରରେ ସେ ବଢ଼ିବଢ଼ି ଚାଲିଛି।ବୋଧେ ଏହି ଦୁଇ ବୃକ୍ଷ ବଢିବା ପାଇଁ ରଣେନ୍ଦ୍ର ଚାହୁଁଛନ୍ତି।କାରଣ ରଣେନ୍ଦ୍ର ଯେପରି ବଟବୃକ୍ଷ ପରି ମାଡି ମାଡି ଗଲେଣି ସେହିପରି ଏହି ଦୁଇ ବୃକ୍ଷ ବର ଓ ଓସ୍ତଗଛ ବଟବୃକ୍ଷ ପରି ନିଜର କାୟା ବିସ୍ତାର କରି ଚାଲିଲେଣି।ଯଦି ଏହି ବରଗଛ କୁ କେବେ ରଣେନ୍ଦ୍ର ଓପାଡିବା ପାଇଁ ଚେଷ୍ଟା କରିଥାନ୍ତେ କିମ୍ବା ଶୀତଳ ଭଣ୍ଡାର ଚଳାଇବା ପାଇଁ ଚେଷ୍ଟାକରି ଥାଆନ୍ତେ ତେବେ ସେ କେବେଠାରୁ ନିଜେ ମଧ୍ୟ ଉପୁଡି ପଡ଼ିଥାନ୍ତେ।ତେଣୁ ଏହି ଦୁଇ ଗଛକୁ ସେ କେବେହେଲେ ଉପାଡିବାକୁ ଚେଷ୍ଟା କରିନାହାଁନ୍ତି,କାରଣ ହେଲା ବରଗଛ ଛାଇ ଦିଏ ଆଉ ସେ ଛାଇ ଗତ ୩୧ ବର୍ଷ ଧରି ଏହି ଦୁଇଗଛ ତାଙ୍କୁ ଦେଇ ଆସିଛି।ଆଉ ଏହି ବରଗଛ ଛାଇ ଠାରୁ ଆଉ ଯିଏ ବଢିବାକୁ ଚେଷ୍ଟା କରିଛି ତାକୁ ଓପାଡି ଦିଆଯାଇଛି ନଚେତ ଫୋପାଡ଼ି ଦିଆଯାଇଛି।ସେଥିପାଇଁ ଆଠଗଡ ରାଜନୀତି ରେ ଗତ ୩୧ ବର୍ଷ ମଧ୍ୟରେ କୌଣସି ବିଜେଡି କର୍ମୀ କେବେହେଲେ ନେତା ହେବାକୁ ଚେଷ୍ଟା କରି ନାହାଁନ୍ତି, ସମସ୍ତେ ଚାହିଁଛନ୍ତି କର୍ମୀ ହୋଇ ରହିବାକୁ।ଆଉ ଯିଏ ନେତା ହେବାକୁ ଚେଷ୍ଟା କରିଛି ଏହି ବରଗଛ ଓ ଓସ୍ତଗଛ ତାକୁ ରଖେଇ ଦେଇନାହିଁ।ଇଏ ହେଉଛି ଆଠଗଡ ର ବିଡମ୍ବନା।କାରଣ ଆଠଗଡ ରେ ଜିଏ ବି ନେତା ହୋଇଛନ୍ତି ସେମାନେ ତାଙ୍କ ଉତ୍ତରାଧିକାରୀ କେବେହେଲେ ସୃଷ୍ଟି କରି ନାହାଁନ୍ତି।ବରଗଛ ଓସ୍ତଗଛ ବଢ଼ିଲା ପରି ନେତା ମଧ୍ୟ ବଢି ଚାଲିଛନ୍ତି, ବିଧାୟକଙ୍କୁ ଆମର ଅନୁରୋଧ ଏହି ଦୁଇ ବର ଓ ଓସ୍ତଗଛ କୁ ଯଦି ବିବାହ କରି ଦିଅନ୍ତେ ତେବେ ଏହି ବଟବୃକ୍ଷ ଆହୁରି କାୟା ବିସ୍ତାର କରି ପାରନ୍ତା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































