ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ରେ ଥାନ ଘେରାଓ
ବରଗଡ଼ ( ଉଲାପ୍ର)
ମହାଲିଙ୍ଗ ସନସାଇନ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ସିବିଆଇ ହାତରେ କରାଯିବା ଏବଂ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ରେ ଆଜି ବରଗଡ଼ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବରଗଡ଼ ଟାଉନ ଥାନା ଘେରାଉ କରାଯାଇଥିଲା। ମହିଳା ମୋର୍ଚ୍ଚା ର କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ବରଗଡ଼ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଆଜି ବରପାଲି ଭୁଲିଆ ସମାଜ ପକ୍ଷରୁ ମମିତା ମେହେର ଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଉଚିତ ଦଣ୍ଡ ଦେବା ଏବଂ ଏହି ଘଟଣାରେ ସାମିଲ ଥିବା ଗୃହ ବିଭାଗର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ରେ ୧୨ ଘଣ୍ଟିଆ ବରପାଲି ବନ୍ଦ୍ କରାଯାଇଥିଲା। ଫଳରେ ସହରର ଜନଜୀବନ ପ୍ରଭାବିତ ହୋଇ ଥିଲା। ବରଗଡ଼ ବଲାଙ୍ଗୀର ମୁଖ୍ୟ ରାଜପଥ ଅବରୋଧ କରିବା ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ବ୍ଲକ ଅଞ୍ଚଳ ରେ ଥିବା ସମସ୍ତ ସରକାରୀ ବେସରକାରୀ ଅଫିସ୍ ସ୍ବତଃ ବନ୍ଦ୍ ରହିଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































